ଆଜିଠୁ ଓଡ଼ିଶାରେ କମିବ,ଉପର ମୁଣ୍ଡରେ ଛେଚିବ

ଭୁବନେଶ୍ୱର : ରାଜ୍ୟରେ ୩ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଅବସ୍ଥା ବେହାଲ I ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସଙ୍କ ସୂଚନା ମୁତାବକ ଆଜି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୫ ସହରରେ ଗତ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ହେଇଛି। ତେବେ ମହାନଦୀ ଉପରମୁଣ୍ଡରେ ଆଜି ପ୍ରବଳ ବର୍ଷା ହେବ I […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ୩ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଅବସ୍ଥା ବେହାଲ I ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସଙ୍କ ସୂଚନା ମୁତାବକ ଆଜି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୫ ସହରରେ ଗତ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ହେଇଛି। ତେବେ ମହାନଦୀ ଉପରମୁଣ୍ଡରେ ଆଜି ପ୍ରବଳ ବର୍ଷା ହେବ I ମହାନଦୀ ଉପରମୁଣ୍ଡରେ ୨୬ ରୁ ୩୭ ସେମି ବର୍ଷା ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟ ଅବପାତଟି ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି। ଏହା ବର୍ତ୍ତମାନ ଘଣ୍ଟା ପ୍ରତି ୧୯ କିଲୋମିଟର ବେଗରେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାପରେ ଦୁର୍ବଳ ହୋଇ ଧୀରେ ଧୀରେ ଝାଡ଼ଖଣ୍ଡମୁହାଁ ହେବାକୁ ଥିବା ବେଳେ ଏହା ପ୍ରଭାବରେ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପଟେ ଗୁରୁବାରଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। କେବଳ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରୀ କରାଯାଇଛି। ଶୁକ୍ରବାରଠାରୁ କୌଣସି ଜିଲ୍ଲା ପାଇଁ ଆଲର୍ଟ ଜାରୀ କରାଯାଇ ନ ଥିବା ବେଳେ ସବୁ ଜିଲ୍ଲାରୁ ବର୍ଷା ଚେତାବନୀ ହଟାଇ ଦିଆଯାଇଛି।

ଅପରପକ୍ଷେ ମୌସୁମୀ ସକ୍ରିୟ ରହିଥିବାରୁ ସମୁଦ୍ର ଅଶାନ୍ତ ରହିଛି | ଏଣୁ ଆସନ୍ତା ୧୨ ଘଣ୍ଟା ଯାଏଁ ସମୁଦ୍ର ମଧ୍ୟକୁ ନ ଯିବାକୁ ଧୀବରଙ୍କୁ ବାରଣ କରାଯାଇଛି |

Tags: