ବଦଳିବ ପାଗର ମିଜାଜ, କାଲିଠୁ ବର୍ଷିବ

ଭୁବନେଶ୍ୱର:ରାଜ୍ୟରେ ବଢିଛି ତାପମାତ୍ରା। ମାର୍ଚ୍ଚ ପୂର୍ବରୁ ଅସହ୍ୟ ହେଲାଣି ତାତି। ଭୁବନେଶ୍ୱରର ତାପମାତ୍ର ୩୫ ଡିଗ୍ରୀ ଛୁଇଁଥିବାବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ତାତି ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ଠାରୁ ରାଜ୍ୟର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ଅନୁଯାୟୀ, ୧୯ ତାରିଖରେ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର […]

ବଦଳିବ ପାଗର ମିଜାଜ, କାଲିଠୁ ବର୍ଷିବ
Samaya Live Picture
Published On

ଭୁବନେଶ୍ୱର:ରାଜ୍ୟରେ ବଢିଛି ତାପମାତ୍ରା। ମାର୍ଚ୍ଚ ପୂର୍ବରୁ ଅସହ୍ୟ ହେଲାଣି ତାତି। ଭୁବନେଶ୍ୱରର ତାପମାତ୍ର ୩୫ ଡିଗ୍ରୀ ଛୁଇଁଥିବାବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ତାତି ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ଠାରୁ ରାଜ୍ୟର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ଆଞ୍ଚଳିକ ପାଣିପାଗ ଅନୁଯାୟୀ, ୧୯ ତାରିଖରେ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୦ ତାରିଖରେ କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପ ଭଦ୍ରକ, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Tags: