କୁହୁଡି ହେଲା କାଳ,ପିକନିକ ବସ ଦୁର୍ଘଟଣାଗସ୍ତ ୭ ଗୁରୁତର

ସୋନପୁର : ଡିସେମ୍ବର ମାସ ସରିବାକୁ ଆଉ ଦିନ କେଇଟା ଥିବାବେଳେ ବର୍ତ୍ତମାନ ଚାଲିଛି ପିକନିକ ଋତୁ I କିନ୍ତୁ ବର୍ତ୍ତମାନ ପାଗ ଖରାପ ଯୋଗୁଁ ସକାଳେ ସକାଳେ ହେଉଛି ଘନ କୁହୁଡି I ଏହି ସମୟରେ ରାସ୍ତା ଦେଖା ନଯିବାରୁ ଅଧିକାଂଶ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଉଛି ପିକନିକ ଗାଡି I ସେହିପରି ଆଜି ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଦମତଳ ନିକଟରେ ଗୁର୍ଘଟଣା ଗ୍ରସ୍ତ ହୋଇଛି ଏକ ପିକନିକ ଗାଡି I କୁହୁଡି […]

Samaya Live Picture
Published On

ସୋନପୁର : ଡିସେମ୍ବର ମାସ ସରିବାକୁ ଆଉ ଦିନ କେଇଟା ଥିବାବେଳେ ବର୍ତ୍ତମାନ ଚାଲିଛି ପିକନିକ ଋତୁ I କିନ୍ତୁ ବର୍ତ୍ତମାନ ପାଗ ଖରାପ ଯୋଗୁଁ ସକାଳେ ସକାଳେ ହେଉଛି ଘନ କୁହୁଡି I ଏହି ସମୟରେ ରାସ୍ତା ଦେଖା ନଯିବାରୁ ଅଧିକାଂଶ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଉଛି ପିକନିକ ଗାଡି I ସେହିପରି ଆଜି ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଦମତଳ ନିକଟରେ ଗୁର୍ଘଟଣା ଗ୍ରସ୍ତ ହୋଇଛି ଏକ ପିକନିକ ଗାଡି I କୁହୁଡି ଯୋଗୁଁ ରାସ୍ତା ଦେଖା ନଯିବାରୁ ପିକ ନିକ ବସଟି ଏକ ଟ୍ରକ ପଛକୁ ପିଟି ହୋଇ ଯାଇଥିଲା I ଏଥିରେ ୭ ଜଣ ଆହତ ହେବI ସହିତ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି I

ସୂଚନାନୁସାରେ,ସୋନପୁର ସହରର ଏକ ଘରୋଇ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟର ୪୫ ଜଣ ଛାତ୍ରଛାତ୍ରୀ କୋରାପୁଟର ଦେଓମାଳିକୁ ପିକନିକ ପାଇଁ ଯାଇଥିଲେ । ଗୁରୁବାର ସକାଳେ ସେଠାରୁ ପିକନିକ ସାରି ଫେରୁଥିବା ସମୟରେ ୫୭ ନମ୍ବର ଜାତୀୟ ରାଜପଥ ନିକଟ ଖମ୍ବେଶ୍ବରିପାଲି କଦମତଳ ନିକଟରେ ଏହି ଦୁର୍ଘଟଣା ଘଟିଛି I ଏଥିରେ ୭ ଜଣ ଛାତ୍ର ଛାତ୍ରୀ ଆହତ ହୋଇଥିଲେ I ଆହତମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା I ସେଠାରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି I

Tags: