ଓଡ଼ିଶା ପହଞ୍ଚି ସିଟିଟିସି ସେଣ୍ଟର ପରିଦର୍ଶନ କଲେ ଇସ୍ରୋ ଅଧ୍ୟକ୍ଷ
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ। ଆଜି ସେ ଭୁବନେଶ୍ବର ସିଟିଟିସି (ସେଣ୍ଟ୍ରାଲ ଟୁଲ୍ ଆଣ୍ଡ ଟ୍ରେନିଂ ସେଣ୍ଟର(CTTC) ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ଇସ୍ରୋ ର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି। ଡକ୍ଟର ଭି. ନାରାୟଣନ କହିଛନ୍ତି ସିଟିଟିସି ସହ ଇସ୍ରୋର ୩୦ ବର୍ଷର ସମ୍ପର୍କ ରହିଛି । ସାଟେଲାଇଟ୍ ପଲ୍ୟୁସନ ଏଠି ତିଆରି ହେଉଛି। ନିୟୁ ମିଶନ ହିରୋର ଚନ୍ଦ୍ରାୟନ-୪ […]
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ। ଆଜି ସେ ଭୁବନେଶ୍ବର ସିଟିଟିସି (ସେଣ୍ଟ୍ରାଲ ଟୁଲ୍ ଆଣ୍ଡ ଟ୍ରେନିଂ ସେଣ୍ଟର(CTTC) ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ଇସ୍ରୋ ର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି।
ଡକ୍ଟର ଭି. ନାରାୟଣନ କହିଛନ୍ତି ସିଟିଟିସି ସହ ଇସ୍ରୋର ୩୦ ବର୍ଷର ସମ୍ପର୍କ ରହିଛି । ସାଟେଲାଇଟ୍ ପଲ୍ୟୁସନ ଏଠି ତିଆରି ହେଉଛି। ନିୟୁ ମିଶନ ହିରୋର ଚନ୍ଦ୍ରାୟନ-୪ ସାମ୍ପଲ ମିଶନ ଭାବେ ଯିବ । ଏହା ଉପରେ ବର୍ତ୍ତମାନ ଇସ୍ରୋ କାମ କରୁଛି । ଏହି ମିଶନ କୁ ଛାଡ଼ିବୁ ପୁଣି ପୃଥିବୀକୁ ଫେରାଇବାର ମିଶନ ରହିଛି । ଚନ୍ଦ୍ରାୟନ-୫କୁ ଇସ୍ରୋ ଲଞ୍ଚ୍ କରିବ। ଏହା କୋଲାବରେସନ ମିଶନ ଅଛି ଜାକ୍ସା ସହ ଜାପାନର । ଚନ୍ଦ୍ରାୟନ-୩ ରେ ଲ୍ୟାଣ୍ଡର ୧୬୦୦ କେଜିର ଥିଲା ଚନ୍ଦ୍ରାୟନ-୫ରେ ୬୪୦୦ କେଜିର ଲ୍ୟାଣ୍ଡର ରହୁଛି।
୨୦୨୮ ମାର୍ଚ୍ଚ ଏପ୍ରିଲ ସୁଦ୍ଧା ଭାରତ ନିଜର ସ୍ପସ ସେଣ୍ଟର ଲଞ୍ଚ କରିବ। ଏହାସହ ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା ଇସ୍ରୋ । ଅନେକ ଉପଗ୍ରହ ଅପରେସନରେ ସାମିଲ ଥିଲା । ଆତଙ୍କୀଙ୍କ ଠିକଣାକୁ ଠାବ କରିବା ଏବଂ ସେନାକୁ ସହାୟତା କରିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପ୍ରମୁଖ ଭୂମିକା ରହିଥିଲା । ଭୁବନେଶ୍ବର ସିଟିଟିସି ପରିଦର୍ଶନ ସମୟରେ ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ ।




