ବାହାନଗା ଟ୍ରେନ ଟ୍ରାଜେଡି ପଛରେ ରହିଛି କି ଷଡଯନ୍ତ୍ର ! ଖୋର୍ଦ୍ଧା DRMଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ୱର : ଗତ ଜୁନ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ରେ ଘଟି ଯାଇଛି ଭୟଙ୍କର ସିରିଜ ଟ୍ରେନ ଦୁର୍ଘଟଣା I ଏକାଥରକେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇ ସହସ୍ରାଧିକ ମୃତାହତ ହୋଇଛନ୍ତି I ଏହି ଘଟଣାରେ କେବଳ ରାଜ୍ୟ ପାଇଁ ନୁହେଁ ସାରା ଦେଶ ମଧ୍ୟ ହୋଇ ଯାଇଛି ସ୍ତବ୍ଧ I ତେବେ ଏତେବଡ଼ ଦୁର୍ଘଟଣା ଘଟିଲା କିପରି ? ଏହା ପଛରେ ରହିଛି କାହାର ହାତ ? ନ ଏହା […]
ଭୁବନେଶ୍ୱର : ଗତ ଜୁନ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ରେ ଘଟି ଯାଇଛି ଭୟଙ୍କର ସିରିଜ ଟ୍ରେନ ଦୁର୍ଘଟଣା I ଏକାଥରକେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇ ସହସ୍ରାଧିକ ମୃତାହତ ହୋଇଛନ୍ତି I ଏହି ଘଟଣାରେ କେବଳ ରାଜ୍ୟ ପାଇଁ ନୁହେଁ ସାରା ଦେଶ ମଧ୍ୟ ହୋଇ ଯାଇଛି ସ୍ତବ୍ଧ I ତେବେ ଏତେବଡ଼ ଦୁର୍ଘଟଣା ଘଟିଲା କିପରି ? ଏହା ପଛରେ ରହିଛି କାହାର ହାତ ? ନ ଏହା ବୈଷୟିକ ତ୍ରୁଟି ? ସହସ୍ରାଧିକ ଜୀବନ ଯାଇ ସାରିବା ପରେ ବର୍ତ୍ତମାନ ଚାଲିଛି ଏହାର କାରଣ ଖୋଜା I ଏହାକୁ ସିଗ୍ନାଲ ଜନିତ ତ୍ରୁଟି କୁହା ଯାଉଥିବାବେଳେ ପୁଣି ଇଣ୍ଟରଲକିଂ ସିଷ୍ଟମ ଫେଂଲ୍ୟୁର ଥିବା କୁହାଯାଉଛି I ଏନେଇ ରେଳ ବିଭାଗର ସନ୍ଦେହ ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଡିଆରଏମ୍ ରିଙ୍କଶ ରାୟ କହିଥିଲେ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ସନ୍ଦେହ କରାଯାଉଛି । ଗ୍ରୀନ୍ ସିଗନାଲ୍ ଥିବାରୁ କରମଣ୍ଡଳ ଏକ୍ସପ୍ରେସ ମେନ୍ ଲାଇନ୍ରେ ଆଗକୁ ବଢ଼ିଥିଲା । ଲୁପ୍ ଲାଇନରେ ଥିଲା ନାଲିବତି । ଯେଉଁଠି ଏକ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା । କିନ୍ତୁ କରମଣ୍ଡଳ ଲୁପ୍ ଲାଇନକୁ ଡାଇଭର୍ଟ ହୋଇଥିଲା । ମେନ୍ ଲାଇନରୁ ଲୁପ୍ ଲାଇନକୁ ଟ୍ରେନ୍ ଡାଇଭର୍ଟ ଅଟୋମେଟିକ୍ ସଫ୍ଟେଓ୍ଵୟାର କଣ୍ଟ୍ରୋଲ ଇଣ୍ଟରଲକିଂ ସିଷ୍ଟମ ଦ୍ୱାରା ହୋଇଥାଏ । ଇଣ୍ଟରଲକିଂ ଦ୍ୱାରା ଟ୍ରେନକୁ ଗୋଟିଏ ଟ୍ରାକରୁ ଅନ୍ୟ ଟ୍ରାକକୁ ପରିବର୍ତ୍ତନ କରାଇଥାଏ । ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ ।
ସେଦିନ କରମଣ୍ଡଳ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଆଗକୁ ବଢୁଥିଲା । ଗ୍ରୀନ୍ ସିଗନାଲ୍ ଥିବାରୁ ଟ୍ରେନ୍ ମେନ୍ ଲାଇନରେ ଯିବା କଥା । କିନ୍ତୁ ହଠାତ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ହୋଇଥିଲା । ମେନ୍ ଲାଇନ୍ ଛାଡି ନାଲିବତି ଥିବା ଲୁପ୍ ଲାଇନକୁ ପଶି ଆସିଥିଲା କରମଣ୍ଡଳ ଏକ୍ସପ୍ରେସ । ସିଗନାଲିଂ ବ୍ୟବସ୍ଥାରେ ଏହା ସମ୍ଭବ ନୁହେଁ । କାରଣ ସିଗନାଲିଂ କ୍ଷେତ୍ରରେ ଏକ ଫୁଲ୍-ପ୍ରୁଫ ସିଷ୍ଟମ କାମ କରେ । ସାମାନ୍ୟତମ ଅସୁବିଧା ଥିଲେ ବି ଗ୍ରୀନ୍ ସିଗନାଲ୍ ମିଳି ନଥାଏ । ତେଣୁ ସିଷ୍ଟମକୁ ଜାଣିଶୁଣି କେହି କ୍ଷତି ପହଞ୍ଚାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । କରମଣ୍ଡଳ ଏକସପ୍ରେସ୍ ଯାଉଥିବା ମେନ୍ ଲାଇନ୍ରେ ଗ୍ରୀନ୍ ସିଗ୍ନାଲ ଥିଲା ବୋଲି ଡାଟା ଲକ୍ରୁ ସ୍ପଷ୍ଟ ହୋଇଛି । ଏହି କାରଣରୁ ସିଗ୍ନାଲକୁ ଫିଜିକାଲି ଟାମ୍ପରିଂ କରାଯାଇଥିବା ଖୋର୍ଦ୍ଧା ଡିଆରଏମ୍ ସନ୍ଦେହ କରିଛନ୍ତି। ଏହି ଗଡ଼ବଡ଼ରୁ ହିଁ ଏତେ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି।
ସେପଟେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି ଓ ସହକାରୀ ଲୋକୋ ପାଇଲଟ୍ ହଜାରୀ ବେହେରାଙ୍କ ବୟାନ ବି ରେକର୍ଡ ହୋଇଛି ।




