ASO ଚୟନରେ ହୋଇନାହିଁ ଅନିୟମିତତା -ହାଇକୋର୍ଟ

ଭୁବନେଶ୍ୱର : ASO ଚୟନରେ ଅନିୟମିତତା ମାମଲାରେ ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଡିଭିଜନ ବେଞ୍ଚରେ ଖାରଜ କରାଯାଇଛି । OPSC ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା କହିଛନ୍ତି ୨ ଜଣିଆ ଖଣ୍ଡପୀଠ । ପୂର୍ବରୁ ଜଣିକିଆ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ତାହାକୁ ନେଇ ହାଇକୋର୍ଟକୁ ଯାଇଥିଲେ ଅନେକ ପରୀକ୍ଷାର୍ଥୀ । ଆଉ ପରୀକ୍ଷାର୍ଥୀଙ୍କ ପିଟିସନ […]

Samaya Live Picture
Published On

ଭୁବନେଶ୍ୱର : ASO ଚୟନରେ ଅନିୟମିତତା ମାମଲାରେ ମେଧା ତାଲିକାକୁ କାଏମ ରଖିଲେ ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଡିଭିଜନ ବେଞ୍ଚରେ ଖାରଜ କରାଯାଇଛି । OPSC ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା କହିଛନ୍ତି ୨ ଜଣିଆ ଖଣ୍ଡପୀଠ । ପୂର୍ବରୁ ଜଣିକିଆ ଖଣ୍ଡପୀଠ ଯେଉଁ ରାୟ ଦେଇଥିଲେ ତାହାକୁ ନେଇ ହାଇକୋର୍ଟକୁ ଯାଇଥିଲେ ଅନେକ ପରୀକ୍ଷାର୍ଥୀ । ଆଉ ପରୀକ୍ଷାର୍ଥୀଙ୍କ ପିଟିସନ ଆଧାରରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଡିଭିଜନ ବେଞ୍ଚ । ଏହା ସହ ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାୟ ଆସିବା ପରେ ୧୧୦୪ ଜଣଙ୍କ ମେରିଟ ଲିଷ୍ଟ କାଏମ ରହିଛି ।

ଯେଉଁମାନଙ୍କ ପିଟିସନର ଶୁଣାଣି କରି ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ବଦଳରେ ନୂଆ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ରାୟ ଦେଇଥିଲେ । କିନ୍ତୁ ଜଣିକିଆ ଖଣ୍ଡପୀଠର ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅନ୍ୟ ପରୀକ୍ଷାର୍ଥୀ । ଏହି ରାୟକୁ ୨ ଜଣିଆ ଖଣ୍ଡପୀଠ ତର୍ଜମା କରନ୍ତୁ ବୋଲି ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ସହ ଓପିଏସସି ପରୀକ୍ଷା ପରିଚାଳନାର ଗାଇଡଲାଇନକୁ ତର୍ଜମା କରିଥିଲେ ଦୁଇ ଜଣିଆ ଖଣ୍ଡପୀଠ । ଏହାସହ ପୁରୁଣା ମେରିଟ୍ ଲିଷ୍ଟକୁ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Tags: