କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା,ରାୟ ସଂରକ୍ଷିତ
କଟକ : କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ରାୟ ସଂରକ୍ଷିତ । ବୁଧବାର ହାଇକୋର୍ଟରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିବା ସହିତ ଅନ୍ତରୀଣ ଆଦେଶ ବଳବତ୍ତର ରଖିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟ ରୋକ୍ ଲଗାଇ ନିଯୁକ୍ତି ଉପରେ ରହିତାଦେଶ ଜାରି କରାଯାଇଥିଲା । […]
କଟକ : କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ରାୟ ସଂରକ୍ଷିତ । ବୁଧବାର ହାଇକୋର୍ଟରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିବା ସହିତ ଅନ୍ତରୀଣ ଆଦେଶ ବଳବତ୍ତର ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟ ରୋକ୍ ଲଗାଇ ନିଯୁକ୍ତି ଉପରେ ରହିତାଦେଶ ଜାରି କରାଯାଇଥିଲା । ଏଥିସହିତ ଧାର୍ଯ୍ୟ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ୍ କରାଯାଇପାରିବ ବୋଲି ହାଇକୋର୍ଟ କହିଥିଲେ । ଆସନ୍ତା ୨୦ ଏବଂ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହୋଇପାରିବ। ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ହାଇକୋର୍ଟରେ ଏକ ପିଟିସନ ରୁଜୁ ହୋଇଥିଲା।
ଗତ ୧୫ ତାରିଖରେ କନିଷ୍ଠ ଶିକ୍ଷକ ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଥିଲା । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟରେ ଉକ୍ତ ରେଜଲ୍ଟ ଜାରି କରାଯାଇଥିଲା । ଓଡିଶା କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ଆଶାୟୀ । ଗୁରୁବାର ଓସେପା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଶୁକ୍ରବାର ଭୁବନେଶ୍ବର ଲୋୟର ପିଏମଜିରେ ଆଶାୟୀମାନେ ଧାରଣା ଦେଇଥିଲେ। ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍ଅଫ୍ ତାଲିକା ପ୍ରକାଶ କରାଯାଇନଥିବାରୁ କେଉଁ ପ୍ରାର୍ଥୀ କେତେ ମାର୍କ ରଖିଛନ୍ତି , କଟ୍ଅଫ୍ ମାର୍କ କେତେ ରଖାଯାଇଛି , ତାହା ସାମ୍ନାକୁ ଅଣାଯାଉ ବୋଲି ଦାବି ହୋଇଛି।




