କେନ୍ଦ୍ରୀୟ ଡେପୁଟେସନ ରେ ଗଲେ IPS ଆଶିଷ ସିଂ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ବରିଷ୍ଠ ଆଇପିଏସ୍‌ ଆଶିଷ କୁମାର ସିଂ । ବର୍ତ୍ତମାନ ତାଙ୍କୁ ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିଦ୍ଦତ ବର୍ଡର ପୁଲିସ ବା ଆଇଟିବିପିରେ ଆଇଜି ଭାବରେ ନିଯୁକ୍ତି ଦିଆଯାଇଛି । ସେ ୫ ବର୍ଷ ଯାଏଁ ଏହି ପଦବୀରେ ରହିବେ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୪ ବ୍ୟାଚ୍‌ରେ ଆଇପିଏସ୍‌ ଅଫିସର ଆଶିଷ ସିଂହ । ରାଜ୍ୟରେ ବିଭିନ୍ନ ସ୍ଥାନରେ କାମ କରିବାର ଅଭିଜ୍ଞତା ରହିଛି […]

Samaya Live Picture
Published On

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ବରିଷ୍ଠ ଆଇପିଏସ୍‌ ଆଶିଷ କୁମାର ସିଂ । ବର୍ତ୍ତମାନ ତାଙ୍କୁ ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିଦ୍ଦତ ବର୍ଡର ପୁଲିସ ବା ଆଇଟିବିପିରେ ଆଇଜି ଭାବରେ ନିଯୁକ୍ତି ଦିଆଯାଇଛି । ସେ ୫ ବର୍ଷ ଯାଏଁ ଏହି ପଦବୀରେ ରହିବେ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୦୪ ବ୍ୟାଚ୍‌ରେ ଆଇପିଏସ୍‌ ଅଫିସର ଆଶିଷ ସିଂହ । ରାଜ୍ୟରେ ବିଭିନ୍ନ ସ୍ଥାନରେ କାମ କରିବାର ଅଭିଜ୍ଞତା ରହିଛି । ହେଲେ ଏବେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଆସିଛି ନିର୍ଦ୍ଦେଶ । ଇଣ୍ଡୋ ତିବୋତାନ ବୋର୍ଡ ପୋଲିସର ଆଇଜି ଭାବେ କାର୍ଯ୍ୟରେ ଯୋଗଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି । ଏହି ପଦବୀରେ ଆସନ୍ତା ୫ ବର୍ଷ ଯାଏଁ ରହିବେ । ଆଉ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଏହି ପଦବୀରେ ରହିବେ ଆଶିଷ ସିଂହ ।

Tags: