ଶ୍ରୀମନ୍ଦିରରେ ଆଇପିଏଲ୍ ଟ୍ରଫି

ପୁରୀ:ଆଉ ମାସକ ପରେ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଏହାପୂର୍ବରୁ ଶ୍ରୀମନ୍ଦିର ପରିସରରେ ଦେଖିବାକୁ ମିଳିଛି ଆଇପିଏଲ୍‌ ଟ୍ରଫି। ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି। କୋଲକାତା ନାଇଟ୍‌ ରାଇଡର୍ସ ତରଫରୁ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କୋଲକତା ନାଇଟ ରାଇଡର୍ସ ପ୍ରାଞ୍ଚାଇଜ୍‌ର ସଦସ୍ୟ ମାନେ ଏହି ଟ୍ରଫି ଆଜି ଶ୍ରୀମନ୍ଦିରକୁ […]

ଶ୍ରୀମନ୍ଦିରରେ ଆଇପିଏଲ୍ ଟ୍ରଫି
Samaya Live Picture
Published On

ପୁରୀ:ଆଉ ମାସକ ପରେ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଏହାପୂର୍ବରୁ ଶ୍ରୀମନ୍ଦିର ପରିସରରେ ଦେଖିବାକୁ ମିଳିଛି ଆଇପିଏଲ୍‌ ଟ୍ରଫି। ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି। କୋଲକାତା ନାଇଟ୍‌ ରାଇଡର୍ସ ତରଫରୁ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
କୋଲକତା ନାଇଟ ରାଇଡର୍ସ ପ୍ରାଞ୍ଚାଇଜ୍‌ର ସଦସ୍ୟ ମାନେ ଏହି ଟ୍ରଫି ଆଜି ଶ୍ରୀମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି। ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା। ତେବେ ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ ଚଳିତ ଆଇପିଏଲ ଟ୍ରଫି ପୁନର୍ବାର କିଭଳି ନିଜ କବଜାରେ ରଖିବ ସେନେଇ ସଦସ୍ୟ ମାନେ ଆଶାବାଦୀ ଅଛନ୍ତି। ଅନ୍ୟପଟେ ଆଇପିଏଲ୍ ଟ୍ରଫି ଦେଖି ସେବାୟତ ମାନେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି।

Tags: