ଶପଥ ସମାରୋହକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର : ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ୧୨ ତାରିଖରେ ଶପଥ ଗ୍ରହଣ କରିବେ। ଅପରାହ୍ଣ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ହେବ । ଏଥିପାଇଁ ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀକୁ ଯାଇଛି । ଏହା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ବିଜେପି ଏହି ଶପଥ ସମାରୋହରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ବିଜେପିର ୫ ବରିଷ୍ଠ ନେତା ମନମୋହନ ସାମଲ, […]
ଭୁବନେଶ୍ୱର : ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ୧୨ ତାରିଖରେ ଶପଥ ଗ୍ରହଣ କରିବେ। ଅପରାହ୍ଣ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ହେବ । ଏଥିପାଇଁ ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀକୁ ଯାଇଛି । ଏହା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ବିଜେପି ଏହି ଶପଥ ସମାରୋହରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ନବୀନ ନିବାସ ଯାଇ ନିମନ୍ତ୍ରଣ ବିଜେପିର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନିମନ୍ତ୍ରଣ ଦେଇଛନ୍ତି। ଏନେଇ ମନମୋହନ କହିଛନ୍ତି ନବୀନ ବାବୁ ଶପଥ ଗ୍ରହଣ ଉତ୍ସବରେ ନିଶ୍ଚିତ ପହଞ୍ଚିବେ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୨ଟା ୧୦ରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ବିମାନ ବନ୍ଦରରୁ ସିଧା ରାଜଭବନ ଯିବେ । ରାଜଭବନରୁ ଜନତା ମଇଦାନ ସମାରୋହରେ ପିଏମ ମୋଦୀ ପହଞ୍ଚିବେ ।
ସୂଚନାନୁସାରେ,ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ’ବାତିଲ ହୋଇଛି I ବୁଧବାର ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ’ ଅନୁଷ୍ଠିତ ହୋଇଥାନ୍ତା। ହେଲେ ସୂଚନା ମିଳିଛି କି, ଆସନ୍ତା କାଲିର ରୋଡ ସୋ’କୁ ବାତିଲ କରାଯାଇଛି।




