ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ଭଦ୍ରକ : ଗୋରୁ ମାଫିଆଙ୍କ ଆକ୍ରମଣରେ ଗୋ-ରକ୍ଷକଙ୍କ ମୃତ୍ୟୁ । ଉତ୍ତେଜନାକୁ ରୋକିବା ପାଇଁ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛି ପ୍ରଶାସନ । ମେ’ମାସ ୩୦ ତାରିଖରେ ଗୋ-ମାଫିଆଙ୍କ ଆକ୍ରଣରେ ଶିକାର ହୋଇ ତିହିଡି କଷଟି ଗାଁର ଯୁବକ ସନ୍ତୋଷ ପରିଡା ଗୁରୁତର ଆହତ ହୋଇଥିଲେ । ୧୧ ଦିନ ଚିକିତ୍ସା ପରେ ବୁଧୁବାର ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା […]

ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ
Samaya Live Picture
Published On

ଭଦ୍ରକ : ଗୋରୁ ମାଫିଆଙ୍କ ଆକ୍ରମଣରେ ଗୋ-ରକ୍ଷକଙ୍କ ମୃତ୍ୟୁ । ଉତ୍ତେଜନାକୁ ରୋକିବା ପାଇଁ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛି ପ୍ରଶାସନ । ମେ’ମାସ ୩୦ ତାରିଖରେ ଗୋ-ମାଫିଆଙ୍କ ଆକ୍ରଣରେ ଶିକାର ହୋଇ ତିହିଡି କଷଟି ଗାଁର ଯୁବକ ସନ୍ତୋଷ ପରିଡା ଗୁରୁତର ଆହତ ହୋଇଥିଲେ । ୧୧ ଦିନ ଚିକିତ୍ସା ପରେ ବୁଧୁବାର ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରେ ୧୭ ପ୍ଲାଟୁନ ପୋଲିସ ମୁତୟନ ସହ ଗୁରୁବାର ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ରଖିଥିଲେ । ତେବେ ଏହାକୁ ଆଉ ୧୨ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ସୂଚନାନୁସାରେ,ଗୋ’ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଭଦ୍ରକ ଜିଲା ତିହିଡି ବ୍ଲକ କଷଟି ଗ୍ରାମର ଗୋ ରକ୍ଷକ ସନ୍ତୋଷ ପରିଡାଙ୍କ ମୃତ୍ୟୁ ପରେ ଉତ୍ତେଜନା ଆଶଙ୍କା କରି ଜିଲାର ୫ଟି ସ୍ଥାନରେ ଗୁରୁବାର ସକାଳ ୬ରୁ ଶୁକ୍ରବାର ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା । ଏହାକୁ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇ ଶୁକ୍ରବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି। ଜିଲାର ଭଦ୍ରକ ବ୍ଲକ, ପୌର ପାଳିକା, ଧାମନଗର ଏନ ଏ ସି ଓ ବ୍ଲକ, ତିହିଡି ବ୍ଲକ ଏହି ୫ ସ୍ଥାନରେ ଇଣ୍ଟେର୍ନେଟ ସେବା ବନ୍ଦ କରାଯାଇଛି । ଏଥିସହ ୪୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଭଦ୍ରକ ଗସ୍ତ କରି ଜିଲ୍ଲାପାଳ ଓ ଏସପିଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ଗୁରୁବାର ଅପରାହ୍ନ ୫ ଟାରେ ସନ୍ତୋଷଙ୍କ ମୃତଦେହ ଭଦ୍ରକରେ ପହଞ୍ଚିବା ପରେ ବହୁ ସଂଖ୍ୟାରେ ଲୋକେ ମୃତଦେହ ଅଟକାଇ ନେହେରୁ ଷ୍ଟାଡିଅମ ନିକଟରେ ୧୬ ନଂ ଜାତୀୟ ରାଜପଥ ଓ ସର୍ଭିସ ରୋଡ଼ ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଅଡ଼ି ବସିଥିଲେ ।

ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରି ସାରିଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସନ୍ତୋଷଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା, ଜଣକୁ ଚାକିରୀ, ପିଲାମାନଙ୍କ ପାଠପଢା ସହିତ ଯୋଗାଇଦିଆଯିବ ବୋଲି ଘୋଷଣା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Tags: