୪ ଦିନ ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା
ଭଦ୍ରକ : ଭଦ୍ରକରେ ସ୍ଥିତି ସୁଧୁରୁଛି । ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ହଟିଲା ୯୬ ଘଣ୍ଟାର କଟକଣା । ଗତକାଲି ମଧ୍ୟ ରାତ୍ରିରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ୧୬୩ ଜାରି ରହିଛି । ଗତକାଲି ରାତିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଣ୍ଟରନେଟ ସେବା ଆରମ୍ଭ […]
ଭଦ୍ରକ : ଭଦ୍ରକରେ ସ୍ଥିତି ସୁଧୁରୁଛି । ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ହଟିଲା ୯୬ ଘଣ୍ଟାର କଟକଣା । ଗତକାଲି ମଧ୍ୟ ରାତ୍ରିରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ୧୬୩ ଜାରି ରହିଛି । ଗତକାଲି ରାତିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଣ୍ଟରନେଟ ସେବା ଆରମ୍ଭ ପାଇଁ ନିଷ୍ପତି ହୋଇଥିଲା ।
ସେହିପରି ଗତକାଲି ପୁଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍ କରିଥିଲେ।
ସୂଚନାନୁସାରେ,ଗତ ୨୭ ତାରିଖରେ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ନେଇ ଭଦ୍ରକରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସନ୍ଥିଆ ପୋଲ ଉପରେ ମୁହାଁମୁହିଁ ହୋଇଥିଲେ ଦୁଇ ସଂପ୍ରଦାୟ । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଟେକାପଥର ମାଡ଼ ସହ ଗାଡ଼ି ଭାଙ୍ଗିଥିଲେ ଉତ୍ତ୍ୟକ୍ତ ଲୋକେ । ଭଦ୍ରକର ପୁରୁଣା ବଜାର ଓ ଧାମନଗର ଅଞ୍ଚଳରେ ଦେଖା ଦେଇଥିଲା ଉତ୍ତେଜନାମୂଳକ ପରିସ୍ଥିତି । ଏବେ କିନ୍ତୁ ସ୍ବାଭାବିକ ହେବାରେ ଲାଗିଛି ସ୍ଥିତି ।




