ସକାଳୁ ସକାଳୁ ଟ୍ୱିନ ସିଟିରେ କାଳବୈଶାଖୀ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ୬ ତାରିଖରୁ ବଦଳିଛି ପାଣିପାଗର ମିଜାଜ I ଗତକାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଛି କାଳବୈଶାଖୀ I ସୋମବାର ସନ୍ଧ୍ୟାରେ ଅଧଘଣ୍ଟାର ଝଡ଼ ତୋଫାନ ସହ ବର୍ଷା ମାଡ଼ରେ ରାଜଧାନୀର ଅଧା ଅଞ୍ଚଳରେ ତାଣ୍ଡବ ରଚିଥିଲା କାଳବୈଶାଖୀ I ସେହିପରି ଆଜି ୭ ତାରିଖ ସକାଳୁ ସକାଳୁ ଟ୍ୱିନ ସିଟିରେ ପାଗ ମେଘୁଆ ହେବା ସହିତ ଘଡଘଡି ଆରମ୍ଭ ହୋଇ ଯାଇଥିଲା I ଏହାର କିଛି ସମୟ ପରେ ମଧ୍ୟମ ଧରଣର ବର୍ଷା ହୋଇଛି। […]
ଭୁବନେଶ୍ୱର : ରାଜ୍ୟରେ ୬ ତାରିଖରୁ ବଦଳିଛି ପାଣିପାଗର ମିଜାଜ I ଗତକାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଛି କାଳବୈଶାଖୀ I ସୋମବାର ସନ୍ଧ୍ୟାରେ ଅଧଘଣ୍ଟାର ଝଡ଼ ତୋଫାନ ସହ ବର୍ଷା ମାଡ଼ରେ ରାଜଧାନୀର ଅଧା ଅଞ୍ଚଳରେ ତାଣ୍ଡବ ରଚିଥିଲା କାଳବୈଶାଖୀ I ସେହିପରି ଆଜି ୭ ତାରିଖ ସକାଳୁ ସକାଳୁ ଟ୍ୱିନ ସିଟିରେ ପାଗ ମେଘୁଆ ହେବା ସହିତ ଘଡଘଡି ଆରମ୍ଭ ହୋଇ ଯାଇଥିଲା I ଏହାର କିଛି ସମୟ ପରେ ମଧ୍ୟମ ଧରଣର ବର୍ଷା ହୋଇଛି। ରାଜ୍ୟରେ ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୬ ଜିଲାକୁ ଅରେଞ୍ଜ ଓ ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ସେହି ଜିଲାଗୁଡିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବା ଆଶଙ୍କା କରାଯାଉଛି ।
ଅନ୍ୟପଟେ ଆସନ୍ତା ୯ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି I ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି I ଉତ୍ତର ଉପକୂଳ ଓଡିଶା ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ରହିବ I ଫଳରେ ସମୁଦ୍ର ଅଶାନ୍ତ ଯୋଗୁଁ ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଯିବାପାଇଁ ବାରଣ କରାଯାଇଛି I




