ସୀମା ବିବାଦକୁ ନେଇ ୨ ଗାଁ ମଧ୍ୟରେ ପ୍ରବଳ ଉତ୍ତେଜନା,୧ ପ୍ଲାଟୁନ ଫୋର୍ସ ମୁତୟନ

ଖୋର୍ଦ୍ଧା : ପୁଣି ତେଜିଲା ସୀମା ବିବାଦ । ସୀମା ବିବାଦକୁ ନେଇ ୨ ଗାଁ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା କୋଟପଲା ଏବଂ ଓସ୍ତପୁର ଗ୍ରାମ ମଧ୍ୟରେ ପୁଣି ଥରେ ସୀମା ବିବାଦ ଦେଖାଦେଇଛି । ବଜାର ଭିତରେ ପ୍ରବଳ ଢେଲା ମାଡ଼ ସହ ପୋଡାଜଳା ହୋଇଛି । ଖୋର୍ଦ୍ଧା ଏସପି ଏବଂ ଏସଡ଼ିପିଓ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ବଜାରରେ ୧ ପ୍ଲାଟୁନ […]

ସୀମା ବିବାଦକୁ ନେଇ ୨ ଗାଁ ମଧ୍ୟରେ ପ୍ରବଳ ଉତ୍ତେଜନା,୧ ପ୍ଲାଟୁନ ଫୋର୍ସ ମୁତୟନ
Samaya Live Picture
Published On

ଖୋର୍ଦ୍ଧା : ପୁଣି ତେଜିଲା ସୀମା ବିବାଦ । ସୀମା ବିବାଦକୁ ନେଇ ୨ ଗାଁ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା କୋଟପଲା ଏବଂ ଓସ୍ତପୁର ଗ୍ରାମ ମଧ୍ୟରେ ପୁଣି ଥରେ ସୀମା ବିବାଦ ଦେଖାଦେଇଛି । ବଜାର ଭିତରେ ପ୍ରବଳ ଢେଲା ମାଡ଼ ସହ ପୋଡାଜଳା ହୋଇଛି । ଖୋର୍ଦ୍ଧା ଏସପି ଏବଂ ଏସଡ଼ିପିଓ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ବଜାରରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା କୋଟପଲା ଏବଂ ଓସ୍ତପୁର ଗ୍ରାମରେ ପୂର୍ବରୁ ମଧ୍ୟ ବିବାଦ ଲାଗିରହିଥିଲା । ୪ ମାସ ହେବ ଦୁଇ ଗାଁରେ ନାମ ଫଳକକୁ ନେଇ ବିବାଦ ଚାଲିଛି । ପୂର୍ବରୁ ବିବାଦ କାରଣରୁ ବିଏନଏସ ୧୬୩ ଧାରା ଲଗାଯାଇଥିବା ବେଳେ ୨ ଦିନ ତଳେ ଉଠିଥିଲା ।

Tags: