ରାଜ୍ୟରେ ବଢୁଛି ସଂକ୍ରମିତ ଜ୍ୱର
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଥଣ୍ଡା ଜନିତ ସଂକ୍ରମିତ ଜ୍ୱର I ଏଥିରେ ପ୍ରତି ଘରେ ଘରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ କେହି ନା କେହି ସଂକ୍ରମିତ ହେଉଛନ୍ତି I ଥଣ୍ଡା ଜ୍ୱର ଜ୍ବରରେ ଠାରେ ସଂକ୍ରମିତ ହେଲେ ଏହା ହଠାତ ଛାଡୁନାହିଁ I ଡାକ୍ତରଙ୍କ ପାଖରେ ସଂକ୍ରମିତଙ୍କର ଲାଗୁଛି ଲମ୍ବା ଲାଇନ I ଗତ ୨ ମାସ ମଧ୍ୟରେ ୩ ଗୁଣ ବଢିଛି ସଂକ୍ରମଣ I ତେବେ ପାଣିପାଗର ହଠାତ ପରିବର୍ତ୍ତନ […]
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଥଣ୍ଡା ଜନିତ ସଂକ୍ରମିତ ଜ୍ୱର I ଏଥିରେ ପ୍ରତି ଘରେ ଘରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ କେହି ନା କେହି ସଂକ୍ରମିତ ହେଉଛନ୍ତି I ଥଣ୍ଡା ଜ୍ୱର ଜ୍ବରରେ ଠାରେ ସଂକ୍ରମିତ ହେଲେ ଏହା ହଠାତ ଛାଡୁନାହିଁ I ଡାକ୍ତରଙ୍କ ପାଖରେ ସଂକ୍ରମିତଙ୍କର ଲାଗୁଛି ଲମ୍ବା ଲାଇନ I ଗତ ୨ ମାସ ମଧ୍ୟରେ ୩ ଗୁଣ ବଢିଛି ସଂକ୍ରମଣ I ତେବେ ପାଣିପାଗର ହଠାତ ପରିବର୍ତ୍ତନ ଯୋଗୁଁ ଥଣ୍ଡା ଜ୍ୱର ବଢୁଥିବା ନେଇ କହିଛନ୍ତି ବିଶେଷଜ୍ଞ I
ଆରଏମସି ନିର୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ପାଣିପାଗ ପରିବର୍ତ୍ତନ ଯୋଗୁଁ ସଂକ୍ରମଣ ବଢି ଚାଲିଛି I ତେବେ ଏଥିରେ ଭୟଭୀତ ହେବାର କିଛି ନାହିଁ ,ରାଜ୍ୟରେ କୌଣସି ନୂଆ ଭୁତାଣୁ ଚିହ୍ନଟ ହୋଇନାହିଁ I ତେଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ସହିତ ସଂକ୍ରମିତଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ I
PGIMER ର ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରେମଚାନ୍ଦ ମହାନ୍ତି କହିଛନ୍ତି ଗତମାସ ଅପେକ୍ଷା ଏମାସରେ ୩୦ ପ୍ରତିଶତ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢିଛି I ତେଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ‘ସି’ ଖାଇବା ସହିତ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି I
ସେହିପରି ଏମ୍ସର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଶ୍ମିରଂଜନ ଦାସ କହିଛନ୍ତି ବର୍ତ୍ତମାନ ୪୦%ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି I ତେବେ ଚିକିତ୍ସା ପରେ ୩ରୁ ୪ ଦିନ ମଧ୍ୟରେ ଅଧିକାଂଶ ଶିଶୁ ସୁସ୍ଥ ହେଉଛନ୍ତି I ଯେଉଁମାନଙ୍କ ଠାରେ ଶ୍ୱାସ ଜନିତ ଜଟିଳତା ଦେଖାଦେଉଛି ସେମାନଙ୍କୁ ନେବୁଲାଇଜର ନେବାକୁ ପରାମର୍ଶ ଦିଆଯାଉଛି I
ଅନ୍ୟପଟେ ଆୟୁର୍ବେଦିକ ଡାକ୍ତର ଡାକ୍ତର ସଞ୍ଜୟ ମହାପାତ୍ର କହିଛନ୍ତି ଥଣ୍ଡା ସର୍ଦ୍ଦି ପାଇଁ ଘରୋଇ ଉପଚାର ଅତି ଉତ୍ତମ I ସକାଳେ ଉଠି ଏକ ଗ୍ଲାସ ଗରମ ପାଣି ସହିତ ଚିମୁଟେ ହଳଦୀ,ଅଦା ଲବଙ୍ଗ କାଢା ସହିତ ତୁଳସୀ ପତ୍ର ବ୍ରସ ସହିତ ମହୁ ମିଶାଇ ସେବନ କରିବାକୁ ପରାମର୍ଶ ଦେଇଛନ୍ତି I




