ଶିଳ୍ପ ସମୃଦ୍ଧ ହେବ ଓଡିଶା,କଲ୍ୟାଣୀ ଷ୍ଟିଲ ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର : ଶିଳ୍ପ କ୍ଷେତ୍ରରେ ଆଗେଇ ଚାଲିଛି ଓଡ଼ିଶା I ରାଜ୍ୟରେ ନିବେଶ କ୍ଷେତ୍ରରେ ଯୋଡିହେଲା ଆଉ ଏକ ଅଧ୍ୟାୟ I ଓଡିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଓ ବିମାନର ଯନ୍ତ୍ରାଂଶ । ରାଜ୍ୟ ସରକାରଙ୍କ ସହ କଲ୍ୟାଣୀ ଷ୍ଟିଲ ର ଏମଓୟୁ ସ୍ବାକ୍ଷରିତ। ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷର ହୋଇଛି । ଏଥିରେ ୨୬ ହଜାର କୋଟି ନିବେଶ ହେବା ସହ ୧୨ ହଜାର ନିଯୁକ୍ତି ସୃଷ୍ଟି […]
ଭୁବନେଶ୍ୱର : ଶିଳ୍ପ କ୍ଷେତ୍ରରେ ଆଗେଇ ଚାଲିଛି ଓଡ଼ିଶା I ରାଜ୍ୟରେ ନିବେଶ କ୍ଷେତ୍ରରେ ଯୋଡିହେଲା ଆଉ ଏକ ଅଧ୍ୟାୟ I ଓଡିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଓ ବିମାନର ଯନ୍ତ୍ରାଂଶ । ରାଜ୍ୟ ସରକାରଙ୍କ ସହ କଲ୍ୟାଣୀ ଷ୍ଟିଲ ର ଏମଓୟୁ ସ୍ବାକ୍ଷରିତ। ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷର ହୋଇଛି । ଏଥିରେ ୨୬ ହଜାର କୋଟି ନିବେଶ ହେବା ସହ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ I
ଢେଙ୍କାନାଳ ଜିଲ୍ଲାର ଗଜମରାରେ ହେବ ପ୍ରକଳ୍ପ। ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି। ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ। ୨୪ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବ ପୁଞ୍ଜିନିବେଶ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାଦ୍ୱାରା ୧୦ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ।




