ଟ୍ରେନରୁ ଓଡ଼ିଆ ନୌସେନା ଅଫିସର ନିଖୋଜ ,ଥାନାରେ ଏତଲା

ବ୍ରହ୍ମପୁର: ନୌସେନା ଅଫିସର ନିଖୋଜ । ଟ୍ରେନରେ ଯିବାବେଳେ ୪ ଦିନ ହେଲା ତାଙ୍କର କୌଣସି ପତା ମିଳୁନାହିଁ । କେରଳର କୋଚିରେ ଚାକିରି କରିଥିଲେ ବ୍ରହ୍ମପୁରର ନୌସେନା ଅଫିସର ସୌରଭ କୁମାର ପାତ୍ର । ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ଲାଗି ଛୁଟିରେ ଆସିଥିଲେ । ଛୁଟି କାଟି ପୁଣିଥରେ ଡ୍ୟୁଟି ଯିବା ପାଇଁ ଘରୁ ଯାଉଥିବାବେଳେ ସେ ଟ୍ରେନ ରୁ ନିଖୋଜ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁସାରେ,ସୌରଭ କୁମାର ପାତ୍ରଙ୍କ ଘର […]

Samaya Live Picture
Published On

ବ୍ରହ୍ମପୁର: ନୌସେନା ଅଫିସର ନିଖୋଜ । ଟ୍ରେନରେ ଯିବାବେଳେ ୪ ଦିନ ହେଲା ତାଙ୍କର କୌଣସି ପତା ମିଳୁନାହିଁ । କେରଳର କୋଚିରେ ଚାକିରି କରିଥିଲେ ବ୍ରହ୍ମପୁରର ନୌସେନା ଅଫିସର ସୌରଭ କୁମାର ପାତ୍ର । ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ଲାଗି ଛୁଟିରେ ଆସିଥିଲେ । ଛୁଟି କାଟି ପୁଣିଥରେ ଡ୍ୟୁଟି ଯିବା ପାଇଁ ଘରୁ ଯାଉଥିବାବେଳେ ସେ ଟ୍ରେନ ରୁ ନିଖୋଜ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ,ସୌରଭ କୁମାର ପାତ୍ରଙ୍କ ଘର ବ୍ରହ୍ମପୁର ଗେଟ୍‌ବଜାରରେ । ସେ ୨୦୧୯ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ । କେରଳରେ ଆଇଏନ୍‌ଏସ୍‌ ଗରୁଡାରେ ତାଙ୍କର ନିଯୁକ୍ତି ଥିଲା । ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବା ନିମନ୍ତେ ସେ ୨୦୨୪ ଡିସେମ୍ବର ୨୮ ତାରିଖରେ ସେ ଘରକୁ ଛୁଟିରେ ଆସିଥିଲେ । ଜାନୁଆରୀ ୧୯ ତାରିଖରେ ତାଙ୍କର କୋଚି ଫେରିବାର ଥିଲା । ବ୍ରହ୍ମପୁରରୁ ଟ୍ରେନ୍‌ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ବିମାନ ଯୋଗେ ଯାଇଥାନ୍ତି । ଏଥିପାଇଁ ୧୯ ତାରିଖ ଭୋର ୩ଟାରେ ବ୍ରହ୍ମପୁର ରେଳ ଷ୍ଟେସନ୍‌ରୁ ସୌରଭଙ୍କୁ ଟ୍ରେନ୍‌ରେ ବସାଇଥିଲେ ପରିବାର ଲୋକ । ଅପରାହ୍ନରେ ତାଙ୍କର କୋଚିକୁ ଫ୍ଲାଇଟ୍‌ ଥିଲା । ହେଲେ ବ୍ରହ୍ମପୁର ଛାଡିବା ପରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଛି । ପରିବାର ଲୋକ ବାରମ୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫୋନ୍‌ ସୁଇଚ୍‌ ଅଫ ଥିଲା । ବିଶାଖାପାଟଣା ରେଲଓ୍ୱେ ଷ୍ଟେସନ୍‌ ଏବଂ ଏୟାରପୋର୍ଟରେ ସୌରଭଙ୍କ ବିଷୟରେ ସନ୍ଧାନ କରିଥିଲେ । କିନ୍ତୁ ସେଠାରେ ସେ ଚେକ୍‌ଇନ୍‌ କରିନଥିବା ଜଣାପଡିଛି । ୪ ଦିନ ହେଲା ସୌରଭଙ୍କ ଫୋନ୍ ସୁଇଚ ଅଫ୍ ଥିବାବେଳେ ତାଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିବା ମା’ କହିଛନ୍ତି । ସୌରଭଙ୍କ ଫୋନର ଲାଷ୍ଟ ଲୋକେଶନ୍ ଇଚ୍ଛାପୁରମ୍ ଦେଖାଉଛି । କୋଚି ନୌସେନା ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକେ,କିନ୍ତୁ ସୌରଭ ସେଠାରେ କାର୍ଯ୍ୟରେ ଯୋଗ ଦେଇ ନଥିବା ଉପରିସ୍ଥ ଅଧିକାରୀ କହିଛନ୍ତି I

ଏନେଇ ସୌରଭଙ୍କ ମା’ ଓ ଭାଇ ଥାନାରେ ଏତଲା ଦେବା ସହ ପୁଅ ସୌରଭଙ୍କୁ ଖୋଜିବାରେ ଓଡ଼ିଶା ସରକାର ସାହାଯ୍ୟ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

Tags: