ପେନସିଲ ମୁନରେ ଭାରତ ମାନଚିତ୍ର
ବ୍ରହ୍ମପୁର : ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପେନ୍ସିଲ ମୁନରେ କରିଥିବା କ୍ଷୁଦ୍ରତମ ଭାରତ ମାନଚିତ୍ର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି l ସୂଚନାନୁସାରେ ,ସତ୍ୟନାରାୟଣ ଗତ ସ୍ୱାଧୀନତା ଦିବସ ଅବସରରେ ୨ ମିଲିମିଟର ଉଚ୍ଚତା ଓ ୨ ମିଲିମିଟର ଓସାର ବିଶିଷ୍ଟ ଏହି କଳାକୃତିକୁ ୪ ମିନିଟ ୫୭ ସେକେଣ୍ଡ ମଧ୍ୟରେ କରିଥିଲେ। ତାଙ୍କର ଏହି କଳାକୃତିକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେବା ନିମନ୍ତେ ଆବେଦନ କରିଥିଲେ […]
ବ୍ରହ୍ମପୁର : ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ପେନ୍ସିଲ ମୁନରେ କରିଥିବା କ୍ଷୁଦ୍ରତମ ଭାରତ ମାନଚିତ୍ର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି l
ସୂଚନାନୁସାରେ ,ସତ୍ୟନାରାୟଣ ଗତ ସ୍ୱାଧୀନତା ଦିବସ ଅବସରରେ ୨ ମିଲିମିଟର ଉଚ୍ଚତା ଓ ୨ ମିଲିମିଟର ଓସାର ବିଶିଷ୍ଟ ଏହି କଳାକୃତିକୁ ୪ ମିନିଟ ୫୭ ସେକେଣ୍ଡ ମଧ୍ୟରେ କରିଥିଲେ। ତାଙ୍କର ଏହି କଳାକୃତିକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେବା ନିମନ୍ତେ ଆବେଦନ କରିଥିଲେ l ତେବେ ଏହା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ନେଇ ସତ୍ୟଙ୍କୁ ଇ-ମେଲ ମାଧ୍ୟମରେ ସୂଚନା ମିଳିଥିବା ସେ ଜଣାଇଛନ୍ତି l ସୂଚନାଯୋଗ୍ୟ, ସତ୍ୟ ପୂର୍ବରୁ ୧ ମିଲିମିଟରୁ କମ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗା ଓ ଚକ୍ରେ ୭୫ଟି କ୍ଷୁଦ୍ରତମ ପର୍ଯ୍ୟଟନସ୍ଥଳ ନିର୍ମାଣ କରି ବିିଭିନ୍ନ ରେକର୍ଡ ହାସଲ କରିଛନ୍ତି l ସତ୍ୟ କ୍ଷୁଦ୍ରତମ କଳାକୃତି ନିର୍ମାଣ କରି ବର୍ତ୍ତମାନ ସୁଦ୍ଧା ୬୦ରୁ ଉର୍ଦ୍ଧ୍ୱ ରେକର୍ଡ ହାସଲ କଲେଣି l




