ଆଜି ଠାରୁ ବଢିବ ତାତି,ଅସହ୍ୟ ହେଲାଣି ଗୁଳୁଗୁଳି
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି । ସକାଳ ୮ଟା ନହେଉଣୁ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ । ଖରା ସାଙ୍ଗକୁ ଗୁଳୁଗୁଳିରେ ମଣିଷ ଠାରୁ ଜୀବଜନ୍ତୁ ହେଉଛନ୍ତି ଧଇଁସଇଁ I ଏହା ସାଙ୍ଗକୁ ଆଜି ଠାରୁ ପୁଣି ବଢିବ ଦିନର ତାପମାତ୍ରା I ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ବଢି ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଦେଶର ଉତ୍ତର ପଶ୍ଚିମ […]
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି । ସକାଳ ୮ଟା ନହେଉଣୁ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ । ଖରା ସାଙ୍ଗକୁ ଗୁଳୁଗୁଳିରେ ମଣିଷ ଠାରୁ ଜୀବଜନ୍ତୁ ହେଉଛନ୍ତି ଧଇଁସଇଁ I ଏହା ସାଙ୍ଗକୁ ଆଜି ଠାରୁ ପୁଣି ବଢିବ ଦିନର ତାପମାତ୍ରା I ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ବଢି ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଦେଶର ଉତ୍ତର ପଶ୍ଚିମ ଭାଗରୁ ରାଜ୍ୟ ମଧ୍ୟକୁ ଶୁଖିଲା ଓ ଉତ୍ତପ୍ତ ବାୟୁ ପ୍ରବାହିତ ହେଉଛି। ଫଳରେ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସେଥିପାଇଁ ଆଗାମୀ ୨ଦିନ ଯାଏ ରାଜ୍ୟରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଆଜି ରାଜ୍ୟର ୪ଟି ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏଠାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁ ପାରେ I
ସେହିପରି ୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ, ବଲାଙ୍ଗିରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୭ ପାଇଁ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିର ପାଇଁ ୱାର୍ଣ୍ଣିଂ ଜାରି ହୋଇଛି ।




