ଅନୁସୂଚିତ ଜାତି ଓ ଜନଜାତିଙ୍କ ଛାତ୍ର ବୃତ୍ତି ବୃଦ୍ଧି
ଭୁବନେଶ୍ୱର : ଅନୁସୂଚିତ ଜାତି-ଜନଜାତି ବିଦ୍ୟାର୍ଥୀଙ୍କୁ ଦିଆଯାଉଥିବା ବୃତ୍ତି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର I ଉଭୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀମାନେ ଏହି ବର୍ଦ୍ଧିତ ବୃତ୍ତି ପାଇବେ । ଆଜି ଏନେଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ଛାତ୍ର ବୃତ୍ତି ଲାଗୁ ହେବ । ସେହି […]
ଭୁବନେଶ୍ୱର : ଅନୁସୂଚିତ ଜାତି-ଜନଜାତି ବିଦ୍ୟାର୍ଥୀଙ୍କୁ ଦିଆଯାଉଥିବା ବୃତ୍ତି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର I ଉଭୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀମାନେ ଏହି ବର୍ଦ୍ଧିତ ବୃତ୍ତି ପାଇବେ । ଆଜି ଏନେଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ଛାତ୍ର ବୃତ୍ତି ଲାଗୁ ହେବ ।
ସେହି ଅନୁସାରେ ବିଭିନ୍ନ ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ଖର୍ଚ୍ଚ ୧୦୫୦ ଏବଂ ଛାତ୍ରୀଙ୍କ ଖର୍ଚ୍ଚ ୧୧୦୦କୁ ବୃଦ୍ଧି କରାଯାଇଛି। ପ୍ରି ମାଟ୍ରିକ ବୃତ୍ତି ୧୦ ମାସ ପାଇଁ ଛାତ୍ରଙ୍କର ୯୫୦ରୁ ୧୦୫୦, ଛାତ୍ରୀଙ୍କ ୧୦୦୦ରୁ ୧୧୦୦, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ପରିଚାଳିତ ଶିକ୍ଷା ପ୍ରତିଷ୍ଠାନରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ଛାତ୍ର ବୃତ୍ତି ୧୮୦ରୁ ୫୦୦, ଛାତ୍ରୀଙ୍କୁ ୨୪୦ରୁ ୫୦୦, ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ପାଇଁ ୨୪୦ରୁ ୫୦୦, ଛାତ୍ରୀଙ୍କ ପାଇଁ ୩୦୦ରୁ ୫୦୦, ଗଣଶିକ୍ଷା ବିଭାଗ ପରିଚାଳିତ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ୯୫୦ରୁ ୧୦୫୦, ଛାତ୍ରୀଙ୍କ ପାଇଁ ୧୦୦୦ରୁ ୧୧୦୦, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବୃତ୍ତି ୧୮୦ରୁ ୫୦୦, ଛାତ୍ରୀ ବୃତ୍ତି ୨୪୦ରୁ ୫୦୦, ଅଷ୍ଟମ ଶ୍ରେଣୀ ବୃତ୍ତି ଛାତ୍ରଙ୍କ ପାଇଁ ୨୪୦ରୁ ୫୦୦, ଛାତ୍ରୀଙ୍କ ପାଇଁ ୩୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯିବ ସହିତ ଛାତ୍ରୀଙ୍କୁ ସାନିଟାରି ନାପକିନ୍ ବାବଦରେ ଅତିରିକ୍ତ ୫୦ ଟଙ୍କା ପ୍ରତି ମାସରେ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି।




