ମେୟର,ଡେପୁଟି ମେୟର, କର୍ପୋରେଟର ଓ କାଉନସିଲରଙ୍କ ଦରମା ବୃଦ୍ଧି
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ପୁଣି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫ ଟି ମହାନଗର ନିଗମ,୪୮ଟି ପୌରପରିଷଦ ,୬୮ ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ମେୟର,ଡେପୁଟି ମେୟର,ଅଧ୍ୟକ୍ଷ,ଉପାଧ୍ୟକ୍ଷ,କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର I ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲିଟି ରୁଲସ – ୨୦୧୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲସ -୧୯୫୩ ୱେବ ସଂଶୋଧନ ଆଣି ଏହି ସଂଶୋଧନ […]
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ପୁଣି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫ ଟି ମହାନଗର ନିଗମ,୪୮ଟି ପୌରପରିଷଦ ,୬୮ ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ମେୟର,ଡେପୁଟି ମେୟର,ଅଧ୍ୟକ୍ଷ,ଉପାଧ୍ୟକ୍ଷ,କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର I ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲିଟି ରୁଲସ – ୨୦୧୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲସ -୧୯୫୩ ୱେବ ସଂଶୋଧନ ଆଣି ଏହି ସଂଶୋଧନ କରାଯାଇଛି I
ବର୍ଦ୍ଧିତ ପାରିତୋଷିକ ଅନୁସାରେ ସରକାର ମେୟରଙ୍କ ଦରମା ୮ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିଥିବା ବେଳେ ଡେପୁଟି ମେୟରଙ୍କ ଦରମା ୫ ହଜାର ରୁ ୨୦ ହଜାରକୁ ବୃଦ୍ଧି କରିଛନ୍ତି । ସେହିପରି ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପାଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏନ୍.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏହା ସହିତ ମହାନଗର ନିଗମର କର୍ପୋରେଟରଙ୍କ ବୈଠକ ଭତ୍ତା ମଧ୍ୟ ବୃଦ୍ଧି ପାଇଛି । କର୍ପୋରେଟରଙ୍କ ବୈଠକ ଭତ୍ତା ୭୦୦ରୁ ୨୦୦୦ ଟଙ୍କା ହେଲା । ପୌର ପରିଷଦ ଓ ଏନଏସି କାଉନସିଲରଙ୍କ ଭତ୍ତା ୧୫୦ଟଙ୍କାରୁ ୫୦୦ଟଙ୍କାକୁ ବୃଦ୍ଧି କରାଯାଇଛି । ଏତଦ୍ ବ୍ୟତୀତ ମହାନଗର ନିଗମର ଷ୍ଟାଣ୍ଡିଂ କମିଟିର ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।
ସେହିପରି ପୌରାଞ୍ଚଳ ଗୁଡିକର ନିର୍ବାଚିତ ପ୍ରତିନିଧି ମାନଙ୍କ ନିମନ୍ତେ ଅନୁକମ୍ପା ମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ I ଆକସ୍ମିକ ମୃତ୍ୟୁ ନିମନ୍ତେ ସହାୟତା ରାଶି ୨ ଲକ୍ଷ ରଖାଯାଇଥିବାବେଳେ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମ କିମ୍ବା ଆଂଶିକ ଅକ୍ଷମଙ୍କ ପାଇଁ ସହାୟତା ରାଶି ୨ ଲକ୍ଷ ଏବଂ ୧ ଲକ୍ଷ ଟଙ୍କା ରଖ ଯାଇଛି I ଘୋଷଣା କରାଯାଇଥିବା ବର୍ଦ୍ଧିତ ରାଶି ଅନୁଯାୟୀ ରାଜ୍ୟ ସରକାର ବର୍ତ୍ତମାନ ୪ କୋଟି,୭୬ ଲକ୍ଷ,୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ I
ସୂଚନାନୁସାରେ,ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି।




