ଖାଇବା ତେଲ ଦର ବୃଦ୍ଧି

ଭୁବନେଶ୍ୱର : ପାର୍ବଣ ଋତୁରେ ଖାଉଟିଙ୍କ ଉପରେ ମାହାଙ୍ଗା ମାଡ଼ । ଆଳୁ ପିଆଜ ପରେ ବୃଦ୍ଧି ପାଇଛି ଖାଇବା ତେଲ ଦର ଇରିଫାଇନ ତେଲ ଦର ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାମୋଲିନ୍‌‌, ସୂର୍ଯ୍ୟମୁଖୀ ଓ ସୋୟାବିନ୍‌‌ ତେଲ ଉପରେ ଆମଦାନୀ ଶୁକ୍ଳ ବଢାଇଛନ୍ତି ସରକାର। ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡ଼ିଛି। ଦିନକ ତଳେ ଖୁଚୁରା ବଜାରରେ ସୋରିଷ ତେଲ ଦର ୧୪୦ ଟଙ୍କା ଥିବାବେଳେ […]

Samaya Live Picture
Published On

ଭୁବନେଶ୍ୱର : ପାର୍ବଣ ଋତୁରେ ଖାଉଟିଙ୍କ ଉପରେ ମାହାଙ୍ଗା ମାଡ଼ । ଆଳୁ ପିଆଜ ପରେ ବୃଦ୍ଧି ପାଇଛି ଖାଇବା ତେଲ ଦର ଇରିଫାଇନ ତେଲ ଦର ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାମୋଲିନ୍‌‌, ସୂର୍ଯ୍ୟମୁଖୀ ଓ ସୋୟାବିନ୍‌‌ ତେଲ ଉପରେ ଆମଦାନୀ ଶୁକ୍ଳ ବଢାଇଛନ୍ତି ସରକାର। ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡ଼ିଛି।

ଦିନକ ତଳେ ଖୁଚୁରା ବଜାରରେ ସୋରିଷ ତେଲ ଦର ୧୪୦ ଟଙ୍କା ଥିବାବେଳେ ଆଜି ଏହା ୧୬୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବିଭିନ୍ନ ପ୍ରକାର ସନ ଫ୍ଲାୱାର ତେଲ ପୂର୍ବରୁ ଲିଟର ପିଛା ୧୦୦ରୁ ୧୧୦ଟଙ୍କାରେ ବିକ୍ରିି ହେଉଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଦାମରେ ବିକ୍ରି ହେଉଛି । ଏହା ଗ୍ରାହକଙ୍କ ଲାଗି ବୋଝ ଉପରେ ଲଳିତା ବିଡା ପାଲଟିଛି।

Tags: