ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି
ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଲେ ରାଜ୍ୟ ସରକାର I କେନ୍ଦ୍ର ସରକାର ପରେ ଏବେ ରାଜ୍ୟ ସରକାର କର୍ମଚାରୀଙ୍କୁ ଦେଲେ ହୋଲି ଉପହାର I ୪ ପ୍ରତିଶତ ବଢ଼ିଲା ଡିଏ I ଏଥିସହ ପେନଶନ ଭୋଗୀଙ୍କ ଟିଆଇ ର ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହି ଘୋଷଣା କରିଛନ୍ତି। ପୂର୍ବରୁ ଡିଏ ୪୬ ପ୍ରତିଶତ ଥିବା ବେଳେ ୪ ପ୍ରତିଶତ ବୃଦ୍ଧି ହୋଇ […]
ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଲେ ରାଜ୍ୟ ସରକାର I କେନ୍ଦ୍ର ସରକାର ପରେ ଏବେ ରାଜ୍ୟ ସରକାର କର୍ମଚାରୀଙ୍କୁ ଦେଲେ ହୋଲି ଉପହାର I ୪ ପ୍ରତିଶତ ବଢ଼ିଲା ଡିଏ I ଏଥିସହ ପେନଶନ ଭୋଗୀଙ୍କ ଟିଆଇ ର ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହି ଘୋଷଣା କରିଛନ୍ତି।
ପୂର୍ବରୁ ଡିଏ ୪୬ ପ୍ରତିଶତ ଥିବା ବେଳେ ୪ ପ୍ରତିଶତ ବୃଦ୍ଧି ହୋଇ ୫୦ ପ୍ରତିଶତରେ ପହଞ୍ଚିଛି। ଫଳରେ ଏହାଦ୍ୱାରା ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନ୍ସନ୍ଭୋଗୀମାନେ ଉପକୃତ ହେବେ। ପିଛିଲା ଭାବେ ଜାନୁଆରୀ ପହିଲା ୨୦୨୪ରୁ ଏହା ଲାଗୁ ହେବ। ଏହାଦ୍ୱାରା ୪.୫ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନ୍ସନ୍ଭୋଗୀ ଉପକୃତ ହେବେ।




