ଆୟକର ଦାତା ରାସନକାର୍ଡ ନଫେରାଇଲେ ଫାଇନ – ମନ୍ତ୍ରୀ

ଭୁବନେଶ୍ୱର: ୪୦ ଲକ୍ଷ ଭୂତ ହିତାଧିକାରୀ ନେଉଥିଲେ ରାସନ । ରାସନକାର୍ଡକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ ଆୟକର ଦାତା ବଡ଼ ବଡ଼ୁଆ ଅଧିକାରୀମାନେ ହାତେଇଥିଲେ ରାସନ କାର୍ଡ । ଏପରିକି ଡଲଟର,ଓଏଏସ,ଏବଂ ଅଧ୍ୟାପକ ମାନେ ମଧ୍ୟ ରାସନ କାର୍ଡ ଜରିଆରେ ଉଠାଉଥିଲେ ରାସନ । ଖୋଦ ବିଭାଗୀୟ ମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି । ଭୁତ ରାସନ କାର୍ଡ ସମ୍ପର୍କରେ ଖୁଲାସା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର […]

Samaya Live Picture
Published On

ଭୁବନେଶ୍ୱର: ୪୦ ଲକ୍ଷ ଭୂତ ହିତାଧିକାରୀ ନେଉଥିଲେ ରାସନ । ରାସନକାର୍ଡକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ ଆୟକର ଦାତା ବଡ଼ ବଡ଼ୁଆ ଅଧିକାରୀମାନେ ହାତେଇଥିଲେ ରାସନ କାର୍ଡ । ଏପରିକି ଡଲଟର,ଓଏଏସ,ଏବଂ ଅଧ୍ୟାପକ ମାନେ ମଧ୍ୟ ରାସନ କାର୍ଡ ଜରିଆରେ ଉଠାଉଥିଲେ ରାସନ । ଖୋଦ ବିଭାଗୀୟ ମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି । ଭୁତ ରାସନ କାର୍ଡ ସମ୍ପର୍କରେ ଖୁଲାସା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଇ-କେୱାଇସି ଯାଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଯଥାଶୀଘ୍ର କାର୍ଡ ଫେରସ୍ତ ନକଲେ ଫାଇନ୍‌ ଲଗାଇବାକୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ । ଯେଉଁଦିନଠାରୁ ରାସନକାର୍ଡ ନେଇଥିବେ ସେହିଦିନଠାରୁ ଫାଇନ୍ କରି ଆଦାୟ କରାଯିବ ଏବଂ ହିସାବ କରି ସବୁ କାର୍ଡକୁ ରିକଭର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ଆୟକରଦାତା ରାସନକାର୍ଡ ହାତେଇଛି । ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେମାନଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ପୂରା ତଥ୍ୟ ଆସିବା ପରେ ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

Tags: