ଝାରପଡା ଜେଲରେ ଆୟକର ବିଭାଗ
ଭୁବନେଶ୍ବର : ଝାରପଡା ଜେଲରେ ଆୟକର ବିଭାଗ । ଝାରପଡା ଜେଲରେ ଥିବା ହାଇପ୍ରୋଫାଇଲ୍ ଠକ ଯୋଡି ହଂସିତା ଅଭିଲିପ୍ସା-ଅନିଲ ମହାନ୍ତିଙ୍କୁ ଆୟକର ବିଭାଗର ପକ୍ଷରୁ ଜେରା କରାଯାଉଥିବାର ସୂଚନା ରହିଛି। ଆୟକର ବିଭାଗର ଦୁଇଟି ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଉଭୟଙ୍କୁ ଜେରା କରୁଛନ୍ତି। ଉଭୟ ଠକ ଯେଉଁ ରାକେଟ ଚଳାଇଥିଲେ ତା’ର ଗୁମର ଖୋଲୁଛି ପୁଲିସ। ହଂସିତାଙ୍କୁ ଦୀନ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ଜେରା ହେବ ବୋଲି ସୂଚନା ମିଳିଛି । ଅନିଲଙ୍କ […]
ଭୁବନେଶ୍ବର : ଝାରପଡା ଜେଲରେ ଆୟକର ବିଭାଗ । ଝାରପଡା ଜେଲରେ ଥିବା ହାଇପ୍ରୋଫାଇଲ୍ ଠକ ଯୋଡି ହଂସିତା ଅଭିଲିପ୍ସା-ଅନିଲ ମହାନ୍ତିଙ୍କୁ ଆୟକର ବିଭାଗର ପକ୍ଷରୁ ଜେରା କରାଯାଉଥିବାର ସୂଚନା ରହିଛି। ଆୟକର ବିଭାଗର ଦୁଇଟି ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଉଭୟଙ୍କୁ ଜେରା କରୁଛନ୍ତି। ଉଭୟ ଠକ ଯେଉଁ ରାକେଟ ଚଳାଇଥିଲେ ତା’ର ଗୁମର ଖୋଲୁଛି ପୁଲିସ। ହଂସିତାଙ୍କୁ ଦୀନ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ଜେରା ହେବ ବୋଲି ସୂଚନା ମିଳିଛି । ଅନିଲଙ୍କ ଜନ୍ମଦିନରେ ଭୁବନେଶ୍ୱରର ଏକ କ୍ଳବ୍ ରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ବିଳାସପୂର୍ଣ୍ଣ ପାର୍ଟି ପାଇଁ ଏତେ ଟଙ୍କା କୁଆଡୁ ଆସିଲା?କେଉଁ ବଡ଼ବଡ଼ିଆଙ୍କୁ ଯୁବତୀ ଯୋଗାଉଥିଲେ ସେ ସଂକ୍ରାନ୍ତ ତଥ୍ୟ ହାତେଇବା ଲାଗି ତଦନ୍ତକାରୀ ଦଳ ଉଦ୍ୟମ କରୁଛି । ବିଦେଶୀ ଯୁବତୀଙ୍କୁ ଆଣି କେଉଁମାନଙ୍କୁ ଜନ୍ମଦିନରେ ଉପହାର ଦେଉଥିଲେ, ତା’ର ପ୍ରମାଣ ଖୋଜିବ । ଏଭଳି ଉପହାର ଦେବା ପଛରେ ଅନିଲ ହଂସିତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବାକୁ ଚାହୁଁଛି ପୁଲିସ।
ସୂଚନାନୁସାରେ,ପୂର୍ବରୁ ୧୬ ସ୍ଥାନରେ ଚଢାଉ କରି ଆଇଟି ଟିମ୍ ଅନେକ ତଥ୍ୟ ପାଇଛି। ୫୮ କୋଟିର ବେନାମୀ ସମ୍ପତ୍ତିର ପ୍ରମାଣ । ଏଥିରେ ୧୭କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବାର ପ୍ରମାଣ ମିଳିଛି। ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି । ସମସ୍ତ୍ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଆୟକର ବିଭାଗ ଟିମ୍ ଜେରା କରିବ। .




