ଭୋଟ ବେଳେ ଅଘଟଣ,ପୋଲିଂ ଏଜେଣ୍ଟଙ୍କ ସମେତ ଭୋଟରଙ୍କ ମୃତ୍ୟୁ

ଢେଙ୍କାନାଳ/ ନୟାଗଡ : ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ମତଦାନ କେନ୍ଦ୍ରରେ ଅଂଶୁଘାତରେ ଜଣେ ବିଜେପି ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାହାଲୁଣ୍ଡା ଗାଁର ଶୁକଦେବ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ର ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ୧୩୬ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଭାବରେ ସେ କାର୍ଯ୍ୟରତ ଥିଲେ। ସକାଳ ସାଢ଼େ ୯ଟା ସମୟରେ ଭୋଟ କେନ୍ଦ୍ରରେ ସେ ହଠାତ ଅଂଶୁଘାତରେ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ରେ […]

Samaya Live Picture
Published On

ଢେଙ୍କାନାଳ/ ନୟାଗଡ : ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ମତଦାନ କେନ୍ଦ୍ରରେ ଅଂଶୁଘାତରେ ଜଣେ ବିଜେପି ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାହାଲୁଣ୍ଡା ଗାଁର ଶୁକଦେବ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ର ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ୧୩୬ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଭାବରେ ସେ କାର୍ଯ୍ୟରତ ଥିଲେ। ସକାଳ ସାଢ଼େ ୯ଟା ସମୟରେ ଭୋଟ କେନ୍ଦ୍ରରେ ସେ ହଠାତ ଅଂଶୁଘାତରେ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ରେ ହିନ୍ଦୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଭୋଟ୍ ଦେବାକୁ ଆସି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ନୟାଗଡ ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ ବଳଦିଆ ନୂଆଗାଁ ଭୋଟଦାନ କେନ୍ଦ୍ରରେ ଧାହିରେ ଛିଡା ହୋଇଥିବାବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ କୁମୁଦିନୀ ଦଳାଇ। ବୟସ ପ୍ରାୟ ୬୫ ବର୍ଷ। କୁମୁଦିନୀଙ୍କ ଘର ପଥରପୁଞ୍ଜି ଗାଁରେ। ମତଦାନ କେନ୍ଦ୍ରରେ ଛିଡା ହୋଇଥିବାବେଳେ ପ୍ରବଳ ଖରା ଗରମ ଯୋଗୁଁ ତାଙ୍କର ମୁଣ୍ଡ ବୁଲାଇଥିଲା। ଅସୁସ୍ଥ ପରେ ତାଙ୍କୁ ଖଣ୍ଡପଡା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Tags: