ମହିଳାଙ୍କୁ କୁମ୍ଭୀର ଖାଇଯିବା ଘଟଣା: ବୋହୂଙ୍କ ୧୧ ଦିନରେ ଶାଶୁଙ୍କ ମୃତ୍ୟୁ
ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅମଠପୁର ପଞ୍ଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନାଙ୍କ ଏକାଦଶାହରେ ବିଳମ୍ବିତ ରାତିରେ ତାଙ୍କ ଶାଶୂ ପୀର ଜେନା(୭୨)ଙ୍କର ପରଲୋକ ହୋଇଯାଇଛି। ଗତ ୧୬ ତାରିଖରେ ବିରୂପା ନଦୀରେ ବୋହୂ ଜ୍ୟୋତ୍ସ୍ନାଙ୍କୁ କୁମ୍ଭୀର ମାରି ଖାଇଦେଇଥିଲା। ଏହି ଘଟଣାର ମାସେ ପୂର୍ବରୁ ସଂଧ୍ୟା ସଳିତାରୁ ଶାଶୁ ପୀରଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା I ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ିଯାଇ ଥିବାବେଳେ ସେ […]
ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅମଠପୁର ପଞ୍ଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନାଙ୍କ ଏକାଦଶାହରେ ବିଳମ୍ବିତ ରାତିରେ ତାଙ୍କ ଶାଶୂ ପୀର ଜେନା(୭୨)ଙ୍କର ପରଲୋକ ହୋଇଯାଇଛି। ଗତ ୧୬ ତାରିଖରେ ବିରୂପା ନଦୀରେ ବୋହୂ ଜ୍ୟୋତ୍ସ୍ନାଙ୍କୁ କୁମ୍ଭୀର ମାରି ଖାଇଦେଇଥିଲା।
ଏହି ଘଟଣାର ମାସେ ପୂର୍ବରୁ ସଂଧ୍ୟା ସଳିତାରୁ ଶାଶୁ ପୀରଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା I ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ିଯାଇ ଥିବାବେଳେ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ବୋହୂ ଜ୍ୟୋତ୍ସ୍ନା ତାଙ୍କ ସେବା ଶୁଶ୍ରୂଷା କରୁଥିଲେ। ତେବେ ବୋହୂକୁ କୁମ୍ଭୀର ଖାଇବା ପରଠାରୁ ସେ ଭାଙ୍ଗି ପଡ଼ିଥିଲେ। ଜ୍ୟୋସ୍ନାଙ୍କ ଏକାଦଶାହରେ ଆଖି ବୁଜିଛନ୍ତି ଶାଶୁ । ଏଭଳି ଅଭାବନୀୟ ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି।




