ମଟନରେ ଗୋମାଂସ ମିଶାଇ ବିକ୍ରି ଘଟଣା ,ସିଲ ହେଲା ଜୟା ଢ଼ାବା

ପୁରୀ: ମଟନ୍ ନାଁରେ ହୋଟେଲ୍‌ରେ ଦିଆ ଯାଉଥିଲା ଗୋ-ମାଂସ । ସିଲ ହେଲା ଢ଼ାବା । ମଟନରେ ଗୋମାଂସ ମିଶାଇ ବିକ୍ରି କରୁଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଘଟଣା ଜଣାପଡିବା ପରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ ହୋଇଛି ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ ସାକ୍ଷୀଗୋପାଳ ନିକଟରେ ଥିବା ଜୟା ଢ଼ାବା । ଗୁରୁବାର ରାତି ପ୍ରାୟ ୧ଟା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ହୋଟେଲକୁ ସିଲ୍‌ କରିଦିଆଯାଇଛି। ହୋଟେଲର ମଟନ ନମୁନା ପରୀକ୍ଷା […]

Samaya Live Picture
Published On

ପୁରୀ: ମଟନ୍ ନାଁରେ ହୋଟେଲ୍‌ରେ ଦିଆ ଯାଉଥିଲା ଗୋ-ମାଂସ । ସିଲ ହେଲା ଢ଼ାବା । ମଟନରେ ଗୋମାଂସ ମିଶାଇ ବିକ୍ରି କରୁଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଘଟଣା ଜଣାପଡିବା ପରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ ହୋଇଛି ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ ସାକ୍ଷୀଗୋପାଳ ନିକଟରେ ଥିବା ଜୟା ଢ଼ାବା । ଗୁରୁବାର ରାତି ପ୍ରାୟ ୧ଟା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ହୋଟେଲକୁ ସିଲ୍‌ କରିଦିଆଯାଇଛି।

ହୋଟେଲର ମଟନ ନମୁନା ପରୀକ୍ଷା ଲାଗି ରାଜ୍ୟ ପରୀକ୍ଷାଗାରକୁ ନିଆ ଯାଇଛି । ଏହି ଘଟଣାର ଭିଡିଓ ଭାଇରାଲ ପରେ ବଦଳିଛନ୍ତି ସତ୍ୟବାଦୀ ଇନସ୍ପେକ୍ଟର । ମଟନକୁ ନେଇ କୌଣସି ପ୍ରମାଣ ହସ୍ତଗତ ହୋଇ ନ ଥିଲେ ମଧ୍ୟ ତଦନ୍ତ ପରେ ଏ ଘଟଣାର ସତ୍ୟତା ପଦାକୁ ଆସିବ ।

ସୂଚନାନୁଯାୟୀ, ଜାୟା ହୋଟେଲ ମାଲିକ ଗୋମାଂସ କିଣୁଥିବାର ଜଣେ ବେପାରୀଙ୍କ କଥା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣା ପୁରା ରାଜ୍ୟରେ ପ୍ରଘଟ ହେବା ପରେ ଆକ୍ସନକୁ ଆସି ଜୟା ହୋଟେଲକୁ ସିଲ୍ କରିଛି ପ୍ରଶାସନ। ଉକ୍ତ ହୋଟେଲଟି ସତ୍ୟବାଦୀ ଅଞ୍ଚଳରେ ମଟନର ସୁସ୍ୱାଦ ପାଇଁ ବେଶ୍ ପ୍ରସିଦ୍ଧ ଥିବା ଚର୍ଚ୍ଚା ହେଉଛି। ହୋଟେଲକୁ ସିଲ କରିବା ପରେ ଏହାର ଖାଦ୍ୟ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ସେପଟେ ଭାଇରାଲ୍‌ ଭିଡିଓରେ ଯୁବକ ଜଣକ ସତ୍ୟବାଦୀ ଥାନାରେ କାର୍ଯ୍ୟରତ ଜନୈକ ପୁଲିସ ଅଧିକାରୀଙ୍କ ନାମ ବି ପ୍ରକାଶ କରିଥିଲେ । ତାଙ୍କୁ ଗତକାଲି ସାର୍ଟିଫିକେଟ୍‌ ଦିଆଯାଇ ବଦଳି କରାଯାଇଛି ବୋଲି ଥାନା ଅଧିକାରୀ ବିଜୟ କେତନ ବେହେରା ସୂଚନା ଦେଇଛନ୍ତି । ତେବେ ଗୋମାଂସ କେବଳ ପୁରୀ ନୁହେଁ, ଆହୁରି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଏହି ଭିଡିଓରୁ ସୂଚନା ମିଳିଛି।

Tags: