ସାମ୍ବାଦିକାଙ୍କୁ କୁକୁର ଛାଡିବା ଘଟଣା,ମନ୍ତ୍ରୀଙ୍କୁ ଆଗୁଆ ଜାମିନ
ଭୁବନେଶ୍ୱର : ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକେର୍ଟରୁ ରଘୁନନ୍ଦନଙ୍କୁ ଆଗୁଆ ଜାମିନ ମିଳଛି । ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ି ଭୟଭୀତ କରିବା ମାମଲାରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ଏ ନେଇ ପୋଲିସ ରଘୁନନ୍ଦନଙ୍କ ଘରକୁ ଯାଇ ଘଟଣାର ଯାଞ୍ଚ କରିଥିଲା । ଏହି ମାମଲାରେ ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ […]
ଭୁବନେଶ୍ୱର : ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକେର୍ଟରୁ ରଘୁନନ୍ଦନଙ୍କୁ ଆଗୁଆ ଜାମିନ ମିଳଛି । ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ି ଭୟଭୀତ କରିବା ମାମଲାରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ଏ ନେଇ ପୋଲିସ ରଘୁନନ୍ଦନଙ୍କ ଘରକୁ ଯାଇ ଘଟଣାର ଯାଞ୍ଚ କରିଥିଲା । ଏହି ମାମଲାରେ ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ପୂର୍ବତନ ମନ୍ତ୍ରୀଙ୍କ ଆଗୁଆ ଜାମିନ୍ ମଞ୍ଜୁର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର୍ସରେ ହୋଇଥିବା ନିର୍ମାଣ ଓ ଭଙ୍ଗା ସମ୍ପର୍କିତ ରିପୋର୍ଟିଂ କରିବା ପାଇଁ ସାମ୍ବାଦିକା ଜଣଙ୍କ ଯାଇଥିଲେ । ମାତ୍ର ରିପୋର୍ଟିଂ କରିବା ସମୟରେ ସାମ୍ବାଦିକାଙ୍କ ଉପରକୁ ରଘୁନନ୍ଦନ କୁକୁର ଛାଡ଼ିଦେଇଥିବା ନେଇ ଅଭିଯୋଗ ହେବା ସହ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ଏନେଇ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ ପରେ ରଘୁନନ୍ଦନ ଜାମିନରେ ଯାଇପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।




