ଚିଲିକାରେ ଅଘଟଣ : ଘନ କୁହୁଡି ଯୋଗୁଁ ମଝି ଦରିଆରେ ଫସି ରହିଲା ଯାତ୍ରୀବାହୀ ଡଙ୍ଗା
ବାଲୁଗାଁ : ଘନ କୁହୁଡ଼ିରେ ବାଟବଣା ହେଲା ୪ଟି ଯାତ୍ରୀବାହୀ ଡଙ୍ଗା I ମକର ପର୍ବ ଅବସରରେ ମା’କାଳିଜାଇଙ୍କ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ହଟହଟା ହେଲେ ଯାତ୍ରୀ। ଘନ କୁହୁଡ଼ି ଯୋଗୁ ଆଜି ସକାଳେ ଚିଲିକାରେ ୪ଟି ଡଙ୍ଗା ଫସି ଯାଇଥିବା ବେଳେ ଗୋଟିଏ କୂଳକୁ ଫେରିଥିବା ଜଣାଯାଇଛି। ତେବେ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫଶିଥିବା ସୂଚନା । ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା […]
ବାଲୁଗାଁ : ଘନ କୁହୁଡ଼ିରେ ବାଟବଣା ହେଲା ୪ଟି ଯାତ୍ରୀବାହୀ ଡଙ୍ଗା I ମକର ପର୍ବ ଅବସରରେ ମା’କାଳିଜାଇଙ୍କ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ହଟହଟା ହେଲେ ଯାତ୍ରୀ। ଘନ କୁହୁଡ଼ି ଯୋଗୁ ଆଜି ସକାଳେ ଚିଲିକାରେ ୪ଟି ଡଙ୍ଗା ଫସି ଯାଇଥିବା ବେଳେ ଗୋଟିଏ କୂଳକୁ ଫେରିଥିବା ଜଣାଯାଇଛି। ତେବେ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫଶିଥିବା ସୂଚନା । ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫଶିଥିବା ଜଣାପଡିଛି ।
ସୂଚନାନୁସାରେ,ଆଜି ସକାଳ ୮ଟା ବେଳେ ଏକ ଡଙ୍ଗା କୃଷ୍ଣପ୍ରସାଦ ଜେଟିରୁ ୨୦ ଜନ ଯାତ୍ରୀଙ୍କୁ ନେଇ କାଳିଜାଇ ପୀଠ ଅଭିମୁଖେ ବାହାରିଥିଲା। ସାଧାରଣତଃ କୃଷ୍ଣପ୍ରସାଦ ଜେଟିରୁ କାଳିଜାଇ ପୀଠର ଦୂରତା ୫ କିମି ହୋଇଥିବା ବେଳେ ସେଠାରେ ପହଞ୍ଚିବାକୁ ପ୍ରାୟ ୨୦ ମିନିଟ୍ ଲାଗିଥାଏ। ମାତ୍ର ମଝି ଚିଲିକାରେ ପହଞ୍ଚିବା ପରେ କିଛି ଦୃଶ୍ୟମାନ ନ ହେବାରୁ ଡଙ୍ଗାଟି ଆଉ କୁଆଡ଼େ ଯାଇପାରିଲାନି। ଫଳରେ ଦୀର୍ଘ ସମୟ ସେଠାରେ ଡଙ୍ଗାଟି ଫସି ରହିଥିଲା। ଯାତ୍ରୀମାନେ ଡରି ଯାଇଥିଲେ। ଖବର ପାଇ ଆଉ ଏକ ଡଙ୍ଗା ପହଞ୍ଚି ତାକୁ ବାଟ କଢ଼ାଇ କୂଳକୁ ନେଇଥିବା ଜଣାପଡ଼ିଛି। ସେହିପରି ବାଲୁଗାଁ ପଟୁ କାଳୀଜାଇ ପୀଠକୁ ଯାଉଥିବା ୩ଟି ଡଙ୍ଗା ମଧ୍ୟ ଘନ କୁହୁଡ଼ି ଯୋଗୁ ଚିଲିକାରେ ଦୀର୍ଘ ସମୟ ଫସି ରହିଥିଲେ ବୋଲି ଜଣାଯାଇଛି।




