ଉଦଘାଟନ ହେଲା ମିଶନ ଶକ୍ତି ବଜାର, ମା’ଙ୍କୁ ମିଳିବ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ

ଭୁବନେଶ୍ୱର : ମିଶନ ଶକ୍ତି ମା’ଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଭେଟି I ବିନା ସୁଧରେ ମିଳିବ ୧୦ ଲକ୍ଷ ଯାଏଁ ଋଣ I ମଙ୍ଗଳବାର ମିଶନ ଶକ୍ତି ବଜାରର ଶୁଭାରମ୍ଭ କରି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ I ଯେଉଁମାନେ ଋଣ ବାବଦ ପୂର୍ବରୁ ସୁଧ ଭରିଥିବେ,ସେମାନଙ୍କର ସୁଧ ଫେରସ୍ତ ହେବ I ଏବାବାଦକୁ ୧୫୪ କୋଟି ଟଙ୍କା ଫେରସ୍ତ ହେବ I ଏହା ସହିତ ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ […]

Samaya Live Picture
Published On

ଭୁବନେଶ୍ୱର : ମିଶନ ଶକ୍ତି ମା’ଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଭେଟି I ବିନା ସୁଧରେ ମିଳିବ ୧୦ ଲକ୍ଷ ଯାଏଁ ଋଣ I ମଙ୍ଗଳବାର ମିଶନ ଶକ୍ତି ବଜାରର ଶୁଭାରମ୍ଭ କରି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ I ଯେଉଁମାନେ ଋଣ ବାବଦ ପୂର୍ବରୁ ସୁଧ ଭରିଥିବେ,ସେମାନଙ୍କର ସୁଧ ଫେରସ୍ତ ହେବ I ଏବାବାଦକୁ ୧୫୪ କୋଟି ଟଙ୍କା ଫେରସ୍ତ ହେବ I ଏହା ସହିତ ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ ।

ଚଳିତବର୍ଷ ମିଶନ ଶକ୍ତିର ମା’ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି । ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ।

ସେହିପରି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ଼ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ତାଙ୍କର ଆର୍ଥିକ ସହାୟତା ଯୋଗାଇ ଦିଆଯିବ I ୟୁନିଫର୍ମ ପାଇଁ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତି ମହିଳାଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ I ଏଥିରେ ରାଜ୍ୟର ୭୦ ଲକ୍ଷ ମହିଳା ଉପକୃତ ହେବେ I

ମିଶନ ଶକ୍ତି ବଜାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମା’ମାନଙ୍କୁ ସମ୍ମାନ ଓ ଉନ୍ନତି ପାଇଁ ସରକାର ସବୁବେଳେ କାମ କରୁଛନ୍ତି । ମା’ମାନେ ଏବେ ଏସଏଚଜିରୁ ଏସଏମଇ ହୋଇଛନ୍ତି । ବ୍ୟବସାୟରେ ଆଗକୁ ବଢୁଛନ୍ତି । ମିଶନ ଶକ୍ତିର ମା’ ମାନେ ଭଲ କାମ କରୁଛନ୍ତି ଏବଂ ରୂପାନ୍ତର ଓଡ଼ିଶାରେ ଭାଗିଦାର ସାଜୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Tags: