ସାମ୍ବାଦିକ ସମ୍ମିଳନୀରେ ଚୌକିରେ ବସିବାକୁ ନେଇ ଦୁଇ ବରିଷ୍ଠ କଂଗ୍ରେସ ନେତା ଗଡ଼ା ପଡା

ରାଉରକେଲା : ହାଟରେ ପଡି ଦାଣ୍ଡରେ ଗଡୁଛି କଂଗ୍ରେସ ‌ଗୋଷ୍ଠୀକନ୍ଦଳ। କୌଣସି ସ୍ଥାନରେ ଥମୁନାହିଁ କଂଗ୍ରେସ କେଁ I ଦଳର ଶୃଙ୍ଖଳା ବଜାୟ ରଖୁନାହାନ୍ତି କର୍ମୀ ମାନେ I ଏପରିକି ବରିଷ୍ଠ କର୍ମୀମାନେ ମଧ୍ୟ ସଭା ସ୍ଥଳରେ ନିଜର ଶାଳୀନତା ଭୁଲି ଯାଉଛନ୍ତି I ଏହିପରି ଏକ ଘଟଣା ଏବେ ରାଉରକେଲା ସେକ୍ଟର-୨୧ସ୍ଥ ଜିଲ୍ଲା ଜିଲ୍ଲା କଂଗ୍ରେସ ଭବନରେ ଦେଖିବାକୁ ମିଳିଛି I ସେଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମର ଆଗରେ ବସିବାକୁ […]

Samaya Live Picture
Published On

ରାଉରକେଲା : ହାଟରେ ପଡି ଦାଣ୍ଡରେ ଗଡୁଛି କଂଗ୍ରେସ ‌ଗୋଷ୍ଠୀକନ୍ଦଳ। କୌଣସି ସ୍ଥାନରେ ଥମୁନାହିଁ କଂଗ୍ରେସ କେଁ I ଦଳର ଶୃଙ୍ଖଳା ବଜାୟ ରଖୁନାହାନ୍ତି କର୍ମୀ ମାନେ I ଏପରିକି ବରିଷ୍ଠ କର୍ମୀମାନେ ମଧ୍ୟ ସଭା ସ୍ଥଳରେ ନିଜର ଶାଳୀନତା ଭୁଲି ଯାଉଛନ୍ତି I ଏହିପରି ଏକ ଘଟଣା ଏବେ ରାଉରକେଲା ସେକ୍ଟର-୨୧ସ୍ଥ ଜିଲ୍ଲା ଜିଲ୍ଲା କଂଗ୍ରେସ ଭବନରେ ଦେଖିବାକୁ ମିଳିଛି I ସେଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମର ଆଗରେ ବସିବାକୁ ନେଇ ଦୁଇ ନେତା ଭିଆଇଥିଲେ ତୁମୁଳକାଣ୍ଡ I ଆଗ ଚୌକିରେ ବସିବାକୁ ନେଇ ଦୁଇ ବରିଷ୍ଠ ନେତା ପରସ୍ପରକୁ ବିଧା, ଗୋଇଠା, ମୁଥ ମାଡ଼ ମାରିଥିଲେ।

ସୂଚନାନୁସାରେ,ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ହଟାଇବାକୁ ଗତ ୮ରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ କଂଗ୍ରେସ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଭଳି ସମ୍ମିଳନୀକୁ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ଶରତ ପଟ୍ଟନାୟକଙ୍କ ସପକ୍ଷରେ ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଉଦେଶ୍ୟ ଥିଲା, ଦଳରେ ବିଶୃଙ୍ଖଳିତ ଆଚରଣ କରୁଥିବା ବିଧାୟକ ମହମ୍ମଦ ମୋକିମ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବା । ଏଥିରେ ଅଧ୍ୟକ୍ଷତା କରିଥିଲେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ। ଚୌକିର ଆଗ ଧାଡିରେ ବସିଥିଲେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି, ପୂର୍ବତନ ରାଜ୍ୟ ସମ୍ପାଦକ ରବି ରାୟ, ରାଜ୍ୟ ସମ୍ପାଦକ ପ୍ରବୋଧ ଦାସ, ଜିଲ୍ଲା ଯୁବ ସଭାପତି ଜ୍ଞାନେନ୍ଦ୍ର ଦାଶ, ସଭାନେତ୍ରୀ ନିରୁପମା ବଳିୟାର ସିଂହ। ଆଗ ଧାଡିରେ ଖାଲି ପଡିଥିବା ଏକମାତ୍ର ସିଟ୍‌ରେ ବସିଥିଲେ ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ନେତା ସବିର ହୁସେନ୍‌। ଏହାର ପ୍ରତିବାଦ କରିଥିଲେ ଏଆଇସିସି ସଭ୍ୟ ତଥା ଜିଲ୍ଲା କଂଗ୍ରେସର ଉପସଭାପତି ଉମେଶ ଶରଣ। ସେ ସବିର ହୁସେନକୁ ପଛ ଧାଡି ପଡିଥିବା ଚୌକିରେ ବସିବାକୁ କହିଥିଲେ। ଯାହାକୁ କେନ୍ଦ୍ରକରି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ସହ ମୁଥ ମରାମରି ପର୍ଯ୍ୟନ୍ତ କଥା ଯାଇଥିଲା। ଉପସ୍ଥିତ ବରିଷ୍ଠ ନେତା ଉଭୟଙ୍କୁ ବୁଝାସୁଝା କରିଥିଲେ ହେଁ କିଛି ସୁଫଳ ମିଳି ନଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ଦୁଇ ବରିଷ୍ଠ ନେତା ପରସ୍ପର ମଧ୍ୟରେ ଠେଲାପେଲା ହୋଇ ତଳେ ପଡିଯାଇଥିଲେ ହେଁ କେହି କାହାରିକୁ ଛାଡି ନଥିଲେ। ଗଡାପଡା ହୋଇଥିଲେ। ଜଣେ ଅନ୍ୟ ଜଣଙ୍କୁ ଲାତ ସହ ମୁହଁକୁ ମୁଥ ମାରିଥିଲେ। ପ୍ରାୟ ୧୦ରୁ ୧୫ ମିନିଟ୍‌ ଉଭୟ୍ ନେତାଙ୍କ ମଧ୍ୟରେ ଚାଲିଥିବା ମାଡ଼ପିଟ୍‌କୁ ବନ୍ଦ କରିବା ପରିବର୍ତ୍ତେ ବରିଷ୍ଠ ନେତାମାନେ ଛିଡା ହୋଇଥିଲେ। ଗଣ୍ଡଗୋଳ ନ ଥମିବାରୁ ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରି ନେତାମାନେ ପାର୍ଟି କାର୍ଯ୍ୟାଳୟରୁ କେହି କାହାରିକୁ କିଛି ନ କହି ଚାଲିଯାଇଥିଲେ।

Tags: