ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ୱର : ଆଜି ହେଉଛି ଶେଷ ରଜ I ପ୍ରଥମ ୨ ଦିନ ରଜରେ ପାଗ ଅନୁକୂଳ ହୋଇଥିଲା I ଗତକାଲି ଅର୍ଥାତ ରଜ ସଂକ୍ରାନ୍ତିରୁ ରାଜ୍ୟରେ ପୁଣି ଦେଖା ଦେଇଛି ପ୍ରଚଣ୍ଡ ରୋୖଦ୍ରତାପ I ସତେ ଯେମିତି ଆକାଶରୁ ଖସୁଛି ଅଗ୍ନି ପିଣ୍ଡୁଳା I ଗତକାଲି ୨୫ ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପରକରିଥିବାବେଳେ ଆଜି ସକାଳ ୫ ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୦.୨ ଡିଗ୍ରୀ ରହିଥିଲା I ଏହାସହ ଝାରସୁଗୁଡା: ୩୮.୬ […]
ଭୁବନେଶ୍ୱର : ଆଜି ହେଉଛି ଶେଷ ରଜ I ପ୍ରଥମ ୨ ଦିନ ରଜରେ ପାଗ ଅନୁକୂଳ ହୋଇଥିଲା I ଗତକାଲି ଅର୍ଥାତ ରଜ ସଂକ୍ରାନ୍ତିରୁ ରାଜ୍ୟରେ ପୁଣି ଦେଖା ଦେଇଛି ପ୍ରଚଣ୍ଡ ରୋୖଦ୍ରତାପ I ସତେ ଯେମିତି ଆକାଶରୁ ଖସୁଛି ଅଗ୍ନି ପିଣ୍ଡୁଳା I ଗତକାଲି ୨୫ ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପରକରିଥିବାବେଳେ ଆଜି ସକାଳ ୫ ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୦.୨ ଡିଗ୍ରୀ ରହିଥିଲା I ଏହାସହ ଝାରସୁଗୁଡା: ୩୮.୬ ଡ଼ିଗ୍ରୀ, ସମ୍ବଲପୁର: ୩୬.୪ ଡ଼ିଗ୍ରୀ ହୀରାକୁଦ: ୩୬ ଡ଼ିଗ୍ରୀ କେନ୍ଦୁଝର: ୩୪.୮ ଡ଼ିଗ୍ରୀ, ବାଲେଶ୍ୱର: ୩୪ ଡ଼ିଗ୍ରୀ, ଚାନ୍ଦବାଲି: ୩୩.୬ ଡ଼ିଗ୍ରୀ, ଗୋପାଳପୁର: ୩୩.୨ ଡ଼ିଗ୍ରୀ, ପୁରୀ: ୩୩ ଡ଼ିଗ୍ରୀ, ପାରାଦୀପ: ୩୨.୨ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତ ପ୍ରଚଣ୍ଡ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି I
ସେହିପରି ଗତକାଲି ପଶ୍ଚିମ ଓଡ଼ିଶାର ୮ ସହରରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ପାର କରିଥିଲା । ୪୪.୮ ଡିଗ୍ରୀ ସହ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା । ସେହିପରି ସମ୍ବଲପୁରରେ ୪୪.୬, ବୌଦ୍ଧରେ ୪୪.୬, ସୋନପୁରରେ ୪୪.୫, ବରଗଡ଼ ୪୪.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ତାପମାତ୍ରା । ବଲାଙ୍ଗିରରେ ୪୪.୩, ହୀରାକୁଦରେ ୪୪.୨, ସୁନ୍ଦରଗଡ଼ରେ ୪୪.୧ ଡିଗ୍ରୀ ଥିଲା ପାରଦ । ଆଜି ପାଇଁ ୮ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର ଓ ବୌଦ୍ଧକୁ ହିଟ୍ େଓ୍ଵଭେ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ମଧ୍ୟ ଏହି ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ କରାଯାଇଛି ।
ଅନ୍ୟପଟେ ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ, ପରବର୍ତ୍ତୀ ସମୟରେ ତାତି କମିବ। ଏହାର ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବ। ୧୮ ଯାଏଁ କେତେକ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ତାପମାତ୍ରା ୫ ରୁ ୭ ଡିଗ୍ରି ଅଧିକ ରେକର୍ଡ ହେବ ସମ୍ଭାବନା ରହିଛି।




