ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳର ୬ଟି ଜିଲାରେ ଗଡ଼ିବ ‘ଲକ୍ଷ୍ମୀ’ ବସ୍
ଭୁବନେଶ୍ୱର : ଆଉ ୨ ଦିନ ପରେ ଦକ୍ଷିଣାଞ୍ଚଳରେ ଆରମ୍ଭ ହେବ ‘ଲକ୍ଷ୍ମୀ’ ବସ୍ ସେବା I ୧୨ ତାରିଖରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍ଗୁଡ଼ିକ ପଞ୍ଚାୟତରୁ ବ୍ଲକ୍ ଓ ବ୍ଲକ୍ରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି। ଏନେଇ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ସୋମବାର ‘ଲକ୍ଷ୍ମୀ’ ଯୋଜନାର ବସ୍ କର୍ମଚାରୀଙ୍କ ସହିତ ଆଲୋଚନା କରି କରିଛନ୍ତି । ଏହି ଆଲୋଚନାରେ ବସ୍ […]
ଭୁବନେଶ୍ୱର : ଆଉ ୨ ଦିନ ପରେ ଦକ୍ଷିଣାଞ୍ଚଳରେ ଆରମ୍ଭ ହେବ ‘ଲକ୍ଷ୍ମୀ’ ବସ୍ ସେବା I ୧୨ ତାରିଖରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ। ଲକ୍ଷ୍ମୀ ଯୋଜନାରେ ବସ୍ଗୁଡ଼ିକ ପଞ୍ଚାୟତରୁ ବ୍ଲକ୍ ଓ ବ୍ଲକ୍ରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି।
ଏନେଇ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ସୋମବାର ‘ଲକ୍ଷ୍ମୀ’ ଯୋଜନାର ବସ୍ କର୍ମଚାରୀଙ୍କ ସହିତ ଆଲୋଚନା କରି କରିଛନ୍ତି । ଏହି ଆଲୋଚନାରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ମ୍ୟାନେଜରଙ୍କ ସମେତ ମିଶାଇ ୬୫୦ କର୍ମଚାରୀ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳରେ ଲକ୍ଷ୍ମୀ ବସ୍ ଗଡିବାକୁ ଥିବା ୬ଟି ଜିଲ୍ଲା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲା ଗୁଡିକ ରହିଛି । ଆସନ୍ତା ୧୨ ତାରିଖ ମୁଖ୍ୟମନ୍ତ୍ରୀକର୍ମଚାରୀମାନଙ୍କୁ ସମ୍ବୋଧନ କରି ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ କହିଲେ ଯେ, ଯୋଗାଯୋଗ ହେଉଛି ଅର୍ଥନୈତିକ ଓ ସାମାଜିକ ଉନ୍ନତିର ମୌଳିକ ଆଧାର। ତେଣୁ ଲୋକଙ୍କୁ ଉଚ୍ଚମାନର ସେବା ଯୋଗାଇ ଦେବା ଆମର ପ୍ରଥମ ଦାୟିତ୍ବ ହେବା ଉଚିତ୍।




