ଅତାବିରା ଏନଏସି ନିର୍ବାଚନରେ ୧୧ଟି ୱାର୍ଡରେ ଶୁଭିଲା ଶଙ୍ଖଧ୍ୱନି
ଢେଙ୍କାନାଳ :ଦ୍ୱିତୀୟ ଥର ପାଇଁ ହିନ୍ଦୋଳ ଏନଏସି ଅକ୍ତିଆର କରିଛି ବିଜୁ ଜନତା ଦଳ। ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗତ ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇଥିଲା । ଆଜି ଭୋଟ ଗଣତି ପରେ ବିଜେଡି ହାତକୁ ଯାଇଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ।ଅତାବିରା ଏନ୍ଏସିରେ ବିଜେଡି ବିଜୟ ହାସଲ କରିବା […]
ଢେଙ୍କାନାଳ :ଦ୍ୱିତୀୟ ଥର ପାଇଁ ହିନ୍ଦୋଳ ଏନଏସି ଅକ୍ତିଆର କରିଛି ବିଜୁ ଜନତା ଦଳ। ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ଗତ ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇଥିଲା । ଆଜି ଭୋଟ ଗଣତି ପରେ ବିଜେଡି ହାତକୁ ଯାଇଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ।ଅତାବିରା ଏନ୍ଏସିରେ ବିଜେଡି ବିଜୟ ହାସଲ କରିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେଡି କର୍ମୀମାନେ ନାଚି ଓ ପରସ୍ପରକୁ ମିଠା ଖୁଆଇ ଉତ୍ସାହ ମନାଇଛନ୍ତି।
ଠିକ ସେହିଭଳି ୧୬ଟି ୱ।ର୍ଡରୁ ବିଜୁ ଜନତା ଦଳ ୧୧ଟି ୱ।ର୍ଡ ନିଜ ଅକ୍ତିଆରକୁ ନେଇଥିବା ବେଳେ ଭାରତୀୟ ଜନତା ପାର୍ଟି ବିଜେପି ହାତକୁ ଯାଇଛି ପାଞ୍ଚଟି ୱ।ର୍ଡ।୫ନମ୍ବର ୬ନମ୍ବର ୯ନମ୍ବର ୧୨ ନମ୍ବର ୧୩ ନମ୍ବର ୱ।ର୍ଡକୁ ଛାଡିଦେଲେ ବାକି ୧୧ଟି ୱ।ର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଛନ୍ତି।
ସେହିପରି ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବାଜି ମାରିଲା ବିଜେଡି। ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।




