୪ର୍ଥ ପର୍ଯ୍ୟାୟରେ ୨୦ଲକ୍ଷରୁ ଉର୍ଧ୍ଵ ମହିଳା ପାଇବେ ସୁଭଦ୍ରା ଟଙ୍କା – ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପାଇଁ ଶୀଘ୍ର ଆବେଦନ କରିବାକୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ରାଜ୍ୟ ବାହାରେ ଥିବା ମହିଳା ମଧ୍ୟ ପାଇବେ ଟଙ୍କା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି। ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି। ସୋମାନଙ୍କୁ ଅନୁରୋଧ, ଜଲଦି ଆବେଦନ କରନ୍ତୁ, ଟଙ୍କା ଦେବୁ। ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଉର୍ଧ୍ଵ ମହିଳାଙ୍କୁ ମିଳିବ […]
ଭୁବନେଶ୍ୱର : ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପାଇଁ ଶୀଘ୍ର ଆବେଦନ କରିବାକୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ରାଜ୍ୟ ବାହାରେ ଥିବା ମହିଳା ମଧ୍ୟ ପାଇବେ ଟଙ୍କା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ଅନୁଭବ ହେଉଛି ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି। ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି। ସୋମାନଙ୍କୁ ଅନୁରୋଧ, ଜଲଦି ଆବେଦନ କରନ୍ତୁ, ଟଙ୍କା ଦେବୁ। ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଉର୍ଧ୍ଵ ମହିଳାଙ୍କୁ ମିଳିବ ଟଙ୍କା ।
ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ ୨ ଲକ୍ଷରୁ ଅଧିକ ମହିଳା ନିଜର E-KYC ଅପଡେଟ୍ କରିନାହାନ୍ତି। ଅଜାଣତରେ ଅପ୍ଟ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ୧୭ ହଜାର ଅପ୍ଟ ଇନ କରିଛନ୍ତି। ତେଣୁ ସରକାର ମାସ ଶେଷ ଆଡ଼କୁ ୪ର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଯଥାଶୀଘ୍ର KYC ଅପଡେଟ୍ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହିତାଧିକାରୀଙ୍କୁ ଅପିଲ କରିଛନ୍ତି।




