ସ୍ମୃତିରେ ହ୍ୟୁମାନ

ସ୍ମୃତିରେ ହ୍ୟୁମାନ
Ipsita Picture
By: Ipsita
Published On


ନିରବୀ ଯାଇଛନ୍ତି ଓଡ଼ିଶା ସଙ୍ଗୀତ ଦୁନିଆର ହି ମ୍ୟାନ ଆଖ୍ୟା ପାଇଥିବା ହ୍ୟୁମାନ ସାଗର । ସମସ୍ତଙ୍କୁ ନିଜ ମତୁଆଲା କ=ରେ ବିଭୋର କରୁଥିବା ହ୍ୟୁମାନ ଆଜି ଚିରଦିନ ପାଇଁ ଶୋଇଯାଇଛନ୍ତି । ଖୁବ କମ ବୟସରେ ଅଦିନରେ ଝଡିଯାଇଛନ୍ତି ଓଡିଶା ସଙ୍ଗୀତ ଦୁନିଆର ତାରକା ହ୍ୟୁମାନ । ଅନେକ ଆଶା ଆଶାରେ ରହିଯାଇଛି । ତେବେ ତାଙ୍କର ଜୀବନ ଛୋଟ ସତ କିନ୍ତୁ ଥିବା ବିରାଟ । ଖୁବ କମ ବୟସରେ ନିଜର ପ୍ରତିଭା ପାଇଁ ଓଡ଼ିଶା ବାସୀଙ୍କର ବେଶ୍‌ ନିଜର ପାଲଟିଥିଲେ ସେ । ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ସଙ୍ଗୀତ ପ୍ରେମୀଙ୍କର ସେ ଖୁବ ଆଦରର ହ୍ୟୁମାନ ପାଲଟିଯାଇଥିଲେ । ତାଙ୍କର ମୃତ୍ୟୁ ପରେ ଅନେକ ଲୋକଙ୍କର ଆଶା ଅଧୁରା ରହିଯାଇଛି । ଯେଉଁମାନେ ହ୍ୟୁମାନଙ୍କ କ=ରୁ ଆହୁରି ଗୀତ ଶୁଣିବାକୁ ଆଶା କରି ବସିଥିଲେ ସେମାନଙ୍କ ଆଶା ଆଶାରେ ହିଁ ରହିଯାଇଛି । ଅନେକ ଅଧୁରା ପ୍ରୋଜେକଫକୁ ଅଧାରେ ଛାଡି ଚାଲିଯାଇଛନ୍ତି ଏହି ସ୍ୱର ବାଦଶାହ । ତେବେ ତାଙ୍କ ପାର୍ଥୀବ ଶରୀର ସିନା ପଞ୍ଚଭୂତରେ ବିଲିନ ହୋଇଛି ହେଲେ ସେ ଶ୍ରୋତାଙ୍କ ହୃଦୟରେ ସବୁଦିନ ପାଇଁ ନିଜ ଗୀତ ମାଧ୍ୟମରେ ଜୀବନ୍ତ ରହିବେ ।

ସୋସିଆଲ ମିଡିଆରେ ହ୍ୟୁମାନ ସ୍ମୃତି
ହ୍ୟୁମାନଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଯେପରି ତାଙ୍କର ସ୍ମୃତିରେ ଭରି ପରିଡିଥିଲା । ବେଶ ବିନ୍ଦାସ ମିଜାଜର ଥିଲେ ହ୍ୟୁମାନ । ଯେଉଁ ପ୍ରୋଗ୍ରାମରେ ଗୀତ ବୋଲିବାକୁ ଯାଉଥିଲେ ସେଠି ଫ୍ୟାନଙ୍କ ସହିତ ମନଖୋଲି କଥା ହେଉଥିଲେ ଏବଂ ଫଟୋ ମଧ୍ୟ ଉତ୍ତୋଳନ କରୁଥିଲେ । ସେହି ସମସ୍ତ ଅନୁଭୂତି ଓ ଫଟୋକୁ ସମସ୍ତେ ସୋସିଆଲ ମିଡିଆରେ ପକାଇବା ସହିତ ନିଜ ନିଜର ସ୍ମୃତି ବଖାଣିବାରେ ଲାଗିଛନ୍ତି । ସମସ୍ତଙ୍କ ପାଇଁ ସେ ଥିଲେ ଆଦରର ହ୍ୟୁମାନ ଭାଇ । ଯିଏ ଆଜି ଖୁବ କମ ବୟସରେ ଏକ ଅଫେରା ରାଇଜକୁ ପଳାଇ ଯାଇଛନ୍ତି ।

aSbYNx6n

ଝୁରୁଛନ୍ତି ସାଥୀ 
ହ୍ୟୁମାନଙ୍କ ମୃତ୍ୟୁ ଯେପରି ପୁରା ଓଲିଉଡ ଇଣ୍ଡଷ୍ଟ୍ରୀକୁ ସ୍ତବ୍ଧ କରିଦେଇଛି । ସମସ୍ତେ ବର୍ତ୍ତମାନ ଏହି ହୀରାକୁ ଖୋଜିବାରେ ଲାଗିଛନ୍ତି । ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତାଙ୍କ ସହ ଗୀତ ବୋଲିଥିବା ସାଥି ଗିତିକାର ହୁଅନ୍ତୁ କିମ୍ବା ଫିଲ୍ମ ହିରୋ, ନିର୍ଦ୍ଦେଶକ କି ପ୍ରଯୋଜକ ସମସ୍ତଙ୍କ ଛାତିରେ କୋହ । ଅନେକ ସେମାନଙ୍କର ହ୍ୟୁମାନଙ୍କ ସହିତ ଅନେକ ପ୍ରୋଜେକଫ ଅଧାରେ ରହିଯାଇଥିବା ମଧ୍ୟ ମତ ଦେଇଛନ୍ତି । ହ୍ୟୁମାନ ସେମାନଙ୍କୁ ଠକି ଦେଇ ବେସାହାରା କରିଦେଇ ଚାଲିଗଲେ ବୋଲି କୋହଭରା ଛାତିରେ ଅନେକ ନିଜର ଅଭିମାନ ବାଢୁଛନ୍ତି । ଅତି ପାଖରୁ ସେମାନେ ହ୍ୟୁମାନଙ୍କର ସଙ୍ଗୀତ କ୍ୟାରିୟରକୁ ଦେଖିଛନ୍ତି । କିଭଳି ଏକ ରିଆଲିଟି ଶୋରୁ ଓଡ଼ିଶାର ସଙ୍ଗୀତ ଦୁନିଆର ବାଦଶାହ ସେ ସାଜିଥିଲେ ସେ ସଂର୍ଘଷକୁ ସେମାନେ ଦେଖିଛନ୍ତି । ତେଣୁ ତାଙ୍କ ମୃତ୍ୟୁକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ମନେ ରହିବେ ସଙ୍ଗୀତରେ
ନିଜର ଗୀତ ଠକିଦେଲୁ ପରି ସମସ୍ତଙ୍କୁ ଠକି ଏକ ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡ଼ିଶା ସଙ୍ଗୀତ ଦୁନିଆର ପ୍ରିୟ ଗାୟକ ହ୍ୟୁମାନ ସାଗର । ତେବେ ତାଙ୍କର କିଛି ଚୀର ଅମ୍ଳାନ ଗୀତରେ ସେ ସବୁବେଳେ ସମସ୍ତଙ୍କୁ ହୃଦୟରେ ଜୀବନ୍ତ ରହିବେ ।
- ଭିଜେଇ ଦେଇ ଯଆ ଥରେ
- ତତେ ଗାଇଦେଲେ ତୁ ଗୀତ ହେଇଯା
- ଗଜରା ବାଲି
- ସରିଗଲା ଆୟୁଷ
- ଜାନୁ ତୁମେ ଚମକୁଛ
-ଲାଗେ ପ୍ରେମ ନଜର
- ନିଶ୍ୱାସ ତୋ ବିନା ମୋରେ ଚାଲେନା
- ନବୀନ ବାବୁ ଆମେ ତମ ଫ୍ୟାନ
- କେମିତି ଭୁଲିବି ସେ ଅଭୁଲା ଦିନ
- ଛାତିଟା ରଗଡି ଦେଲା
- ସୁକୁଟି ସାହୁ
- ଗଜଲ ଗଜଲ
- ଚିରିଂ ଚିରିଂ


ଝୁରିବେ ଭସାଣୀରେ
ଓଡ଼ିଶାର ପୂଜା ଭସାଣୀ ହେଉ କିମ୍ବା ବାହାଘର ବରଯାତ୍ରୀ ପ୍ରୋସେସନ ସବୁଥିରେ ହ୍ୟୁମାନଙ୍କର ଗୀତ ନବାଜିବା ଅସମ୍ଭବ । ତାଙ୍କ ଗୀତ ବିନା ଯେପରି ଏହି ସବୁ କାର୍ଯ୍ୟକ୍ରମ ଅଧୁରା ରହିଯାଉଥିଲା । ତେଣୁ ବର୍ତ୍ତମାନ ତାଙ୍କ ଅବର୍ତ୍ତମାନ ପରେ ପୂଜା ପର୍ବାଣୀ କିମ୍ବା ବାହାଘର ବରଯାତ୍ରୀ ବାହାରିଲେ ସମସ୍ତେ ମନେପକାଇବେ ହ୍ୟୁମାନ ସାଗରଙ୍କୁ ।