ମେ ରେ ଆସୁଛି ଲଘୁଚାପ !
ଭୁବନେଶ୍ୱର : ରାଜ୍ୟରେ ଲଗାତାର ପାଣି ପାଗରେ ପରିବର୍ତ୍ତନ ଘଟୁଛି I ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ଜିଲ୍ଲା ଗୁଡିକରେ କାଳ ବୈଶାଖୀ ବର୍ଷା ଲାଗି ରହିବ ଦ୍ୱାରା ସାମାନ୍ୟ ଗରମ କମିଛି I ଆସନ୍ତା ୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି I ଅନ୍ୟପଟେ ମେ ମାସରେ ଲଘୁଚାପ ହେବାର ସମ୍ଭାବନା ରହିଛି । ମେ ପ୍ରଥମ ସପ୍ତାହରେ ଲଘୁଚାପ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ […]
ଭୁବନେଶ୍ୱର : ରାଜ୍ୟରେ ଲଗାତାର ପାଣି ପାଗରେ ପରିବର୍ତ୍ତନ ଘଟୁଛି I ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ଜିଲ୍ଲା ଗୁଡିକରେ କାଳ ବୈଶାଖୀ ବର୍ଷା ଲାଗି ରହିବ ଦ୍ୱାରା ସାମାନ୍ୟ ଗରମ କମିଛି I ଆସନ୍ତା ୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି I ଅନ୍ୟପଟେ ମେ ମାସରେ ଲଘୁଚାପ ହେବାର ସମ୍ଭାବନା ରହିଛି । ମେ ପ୍ରଥମ ସପ୍ତାହରେ ଲଘୁଚାପ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବର ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ବେଗରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।
ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ରହିଛି । ସମୁଦ୍ର କୂଳିଆ ବସତି ସହ ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏପ୍ରିଲ ୩୦ରୁ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଉଛି ।
ଆଂଚଳିକ ପାଣିପାଗ ରିପୋର୍ଟ ଅନୁଯାୟୀ ଆଜି(ଶନିବାର) ବର୍ଷାର ପ୍ରକୋପ ଟିକେ କମିବ। ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୩୦ ତାରିଖ ଦିନ କାଳବୈଶାଖୀର ପ୍ରଭାବ ଅଧିକ ରହିବ। ନବରଙ୍ଗପୁରଠାରୁ ଆରମ୍ଭ କରି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୯ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୯ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।




