ଧାମନଗରରେ ପୋଲିସ ଡିଜି,ସ୍ଥିତି କରିବେ ଅନୁଧ୍ୟାନ

ଭଦ୍ରକ : ଭଦ୍ରକ ହିଂସା ଘଟଣାରେ ଆକ୍ସନ ମୋଡରେ ପୋଲିସ । ଧାମନଗରରେ ପହଞ୍ଚିଲେ ପୋଲିସ ଡିଜି ୱାଇ.ବି. ଖୁରାନିଆ । ଭଦ୍ରକ ଓ ଧାମନଗରରେ କରିବେ ସ୍ଥିତି ସମୀକ୍ଷା । ତାଙ୍କ ସହ ଅଛନ୍ତି ବରିଷ୍ଠ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଓ ଏସପି । ଧାମନଗର ପରେ ସେ ଭଦ୍ରକରେ ସ୍ଥିତି ସମୀକ୍ଷା କରିବେ। ଏହି ଅବସରରେ ସେ କହିଛନ୍ତି, ଅଯଥା ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରନ୍ତୁ ନାହିଁ। ଏଯାଏଁ ମାମଲାରେ ଭଦ୍ରକରୁ […]

Samaya Live Picture
Published On

ଭଦ୍ରକ : ଭଦ୍ରକ ହିଂସା ଘଟଣାରେ ଆକ୍ସନ ମୋଡରେ ପୋଲିସ । ଧାମନଗରରେ ପହଞ୍ଚିଲେ ପୋଲିସ ଡିଜି ୱାଇ.ବି. ଖୁରାନିଆ । ଭଦ୍ରକ ଓ ଧାମନଗରରେ କରିବେ ସ୍ଥିତି ସମୀକ୍ଷା । ତାଙ୍କ ସହ ଅଛନ୍ତି ବରିଷ୍ଠ ଅଧିକାରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଓ ଏସପି । ଧାମନଗର ପରେ ସେ ଭଦ୍ରକରେ ସ୍ଥିତି ସମୀକ୍ଷା କରିବେ। ଏହି ଅବସରରେ ସେ କହିଛନ୍ତି, ଅଯଥା ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରନ୍ତୁ ନାହିଁ। ଏଯାଏଁ ମାମଲାରେ ଭଦ୍ରକରୁ ୧୦ ଧାମନଗରରୁ ୧୭ ଜଣ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇଛି । ସ୍ଥିତିରେ ସୁଧାର ଆସୁଥିବାବେଳେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇଛି ।

ସେପଟେ ଧାମନଗର ଅଞ୍ଚଳରେ କୋହଳ ହୋଇଛି କଟକଣା । ଇଣ୍ଟରନେଟ ସେବା ଆଉ ୪୮ ଘଣ୍ଟା ବନ୍ଦ ରହିବ । ତେବେ ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ଜରୁରୀ ସ୍ଥାନରେ ଲିଜ ଲାଇନ ଜରିଆରେ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯାଇଛି । ଧାମନଗର ଓ ଦୋବଲରେ ଧାରା ୧୬୩ ଧାରାକୁ ସାମାନ୍ୟ କୋହଳ କରାଯାଇଛି । ଏହି ଦୁଇ ଅଞ୍ଚଳରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର କଟକଣା ମଧ୍ୟରେ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି । କୌଣସି ସ୍ଥାନରେ ୨ରୁ ଅଧିକ ଲୋକ ଭିଡ ନକରିବା, ବୈଠକ ଓ ରାଲି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ଇଣ୍ଟରନେଟ ସେବା ଉପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ । ସ୍ଥିତି ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ବେଳେ ଧାମନଗର ଓ ନଙ୍ଗା ମହଲା ଅଞ୍ଚଳରେ ଦୋକାନ ବଜାର ଖୋଲିଛି । ସେହିପରି ଗତକାଲି ଗୁଜବରେ ବିଶ୍ବାସ ନକରି ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିଆଇ ଜି। ଭଦ୍ରକରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

Tags: