ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି
ରେଙ୍ଗାଲି : ପରିତ୍ୟକ୍ତ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା I ବୁର୍ଲା ଭିମସାର ଏସଏନସିୟୁରେ ଥାଇ ସ୍ୱାସ୍ଥାବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଛି I ମେଡିକାଲରେ ସ୍ୱତନ୍ତ୍ର ୫ ଜଣିଆ ଡାକ୍ତରୀ ଦଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିଶୁଟିର ଚିକିତ୍ସା ଚାଲିଛି I ଭର୍ତି ହେବାର ୬ ଦିନ ପରେ ଅକ୍ସିଜେନ୍ କଢ଼ାଯାଇଥିବା ବେଳେ ଶିଶୁଟିକୁ ମଧ୍ୟ ଡବା କ୍ଷୀର ଦିଆଯାଉଛି । ପୂର୍ବଅପେକ୍ଷାରେ ସ୍ୱସ୍ଥ୍ୟରେ ଉନ୍ନତି ଆସିଥିବା କହିଛନ୍ତି ଡାକ୍ତର । ବେରୱେଲରୁ ଉଦ୍ଧାର ହେବା ପରେ ଶିଶୁର […]
ରେଙ୍ଗାଲି : ପରିତ୍ୟକ୍ତ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା I ବୁର୍ଲା ଭିମସାର ଏସଏନସିୟୁରେ ଥାଇ ସ୍ୱାସ୍ଥାବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଛି I ମେଡିକାଲରେ ସ୍ୱତନ୍ତ୍ର ୫ ଜଣିଆ ଡାକ୍ତରୀ ଦଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିଶୁଟିର ଚିକିତ୍ସା ଚାଲିଛି I ଭର୍ତି ହେବାର ୬ ଦିନ ପରେ ଅକ୍ସିଜେନ୍ କଢ଼ାଯାଇଥିବା ବେଳେ ଶିଶୁଟିକୁ ମଧ୍ୟ ଡବା କ୍ଷୀର ଦିଆଯାଉଛି । ପୂର୍ବଅପେକ୍ଷାରେ ସ୍ୱସ୍ଥ୍ୟରେ ଉନ୍ନତି ଆସିଥିବା କହିଛନ୍ତି ଡାକ୍ତର । ବେରୱେଲରୁ ଉଦ୍ଧାର ହେବା ପରେ ଶିଶୁର ଶ୍ୱାସକ୍ରିୟରେ ସମସ୍ୟା ପାଇଁ ଅକ୍ସିଜେନ୍ ଦିଆଯାଉଥିଲା । ବର୍ତ୍ତମାନ ଠିକ ଭାବରେ ପିଲାଟି ନିଶ୍ୱାସ ପ୍ରଶ୍ୱାସ ନେଇପାରୁଛି I ଆଭ୍ୟନ୍ତରୀଣ କ୍ଷତ ସହ ବାହ୍ୟ ସଂକ୍ରମଣ ମଧ୍ୟ ଧିରେ ଧିରେ କମୁଛି । ତେବେ ପିଲାଟି ପିଠିରେ ଏକ କ୍ଷତ ସୃଷ୍ଟି ହୋଇଛି I ଯାହାକି ବୋରୱେଲରେ ପକାଇବା ବେଳେ ଏହା ହୋଇଥିବା ଜଣାପଡୁଛି I ଆଉ କିଛି ଦିନର ଚିକିତ୍ସାପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଭିମସାର କର୍ତୃପକ୍ଷ ସୂଚନା ଦେଇଛନ୍ତି I
ସୂଚନାନୁସାରେ,ଗତ ୧୨ ତାରିଖ ଅପରାହ୍ନରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାରିପାଲି ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ଏକ ନବଜାତକ ଶିଶୁକନ୍ୟାର କାନ୍ଦ ଶୁଣାଯାଇଥିଲା I ଏହାପରେ ସ୍ଥାନୀୟ ଲୋକ,ପ୍ରଶାସନ ଏବଂ ଏନଡିଆରଏଫ ଟିମ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଶିଶୁଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ I ଏହାପରେ ବୁର୍ଲା ଭିମସାର ହସ୍ପିଟାଲ ଏସଏନସିୟୁରେ ପିଲାଟିର ଚିକିତ୍ସା ଜାରି ରହିଛି I




