ରାତି ପାଟ୍ରୋଲିଂ କରିବେ ଆଇଆଇସି

ଭୁବନେଶ୍ୱର : ନାଇଟ୍‌ ବିଟ୍‌ ପାଟ୍ରୋଲିଂ କରିବେ ଥାନା ଆଇଆଇସି । ଅପରାଧ ନିୟନ୍ନ୍ତରଣ ପାଇଁ ସପ୍ତାହକୁ ୨ ଦିନ ପାଟ୍ରୋଲିଂ ଗାଡ଼ିରେ ବୁଲିବେ। ନଠକିବା ପାଇଁ ଥାନା ଅଧିକାରୀଙ୍କୁ ପାଟ୍ରୋଲିଂ କରିବା ସମୟରେ ବିଭିନ୍ନ ସ୍ଥାନରୁ ଲୋକେସନ୍‌ ଉପରିସ୍ଥ ଅଧିକାରୀଙ୍କୁ ପଠାଇବେ। ଏଭଳି ହେବା ଦ୍ୱାରା ଥାନା ଅଧିକାରୀ ସ୍ଥାନୀୟ ଅଞ୍ଚଳ ବିଷୟରେ ଅବଗତ ରହିବେ। ଥାନା ଅଧିକାରୀ ବୁଲିବା ଦ୍ୱାରା ଅପରାଧ ରୋକିବା ସହ ନିଶା କାରବାର ମଧ୍ୟ ରୋକି ହେବ। ଗତ କିଛିଦିନ […]

Samaya Live Picture
Published On

ଭୁବନେଶ୍ୱର : ନାଇଟ୍‌ ବିଟ୍‌ ପାଟ୍ରୋଲିଂ କରିବେ ଥାନା ଆଇଆଇସି । ଅପରାଧ ନିୟନ୍ନ୍ତରଣ ପାଇଁ ସପ୍ତାହକୁ ୨ ଦିନ ପାଟ୍ରୋଲିଂ ଗାଡ଼ିରେ ବୁଲିବେ। ନଠକିବା ପାଇଁ ଥାନା ଅଧିକାରୀଙ୍କୁ ପାଟ୍ରୋଲିଂ କରିବା ସମୟରେ ବିଭିନ୍ନ ସ୍ଥାନରୁ ଲୋକେସନ୍‌ ଉପରିସ୍ଥ ଅଧିକାରୀଙ୍କୁ ପଠାଇବେ। ଏଭଳି ହେବା ଦ୍ୱାରା ଥାନା ଅଧିକାରୀ ସ୍ଥାନୀୟ ଅଞ୍ଚଳ ବିଷୟରେ ଅବଗତ ରହିବେ। ଥାନା ଅଧିକାରୀ ବୁଲିବା ଦ୍ୱାରା ଅପରାଧ ରୋକିବା ସହ ନିଶା କାରବାର ମଧ୍ୟ ରୋକି ହେବ। ଗତ କିଛିଦିନ ହେବ ରାଜଧାନୀରେ ଘନ ଘନ ଚୋରି ଏବଂ ଲୁଟ୍‌ ବଢୁଥିବାରୁ ଏଭଳି ଅଭିନବ ଉପାୟ ପୁଲିସ ଆପଣାଇଛି।

ଥାନା ଅଧିକାରୀ ମାନେ ରାତି ୧୧ଟାରୁ ଘରକୁ ପଳାଉଥିବାରୁ ସମ୍ପୃକ୍ତ ଥାନା ଅଞ୍ଚଳରେ ଅପରାଧୀମାନେ ନିର୍ଭୟରେ ଅପରାଧ ଘଟୁଥିଲେ ଇ ମାତ୍ର ଏହାର ସୁରାକ ପୋଲିସ ଅଧିକାରୀଜାଣିପାରୁ ନ ଥିଲେ। ଯେଉଁଥି ପାଇଁ ଥାନାରେ ଥିବା ଡିସିଓଙ୍କୁ ସୁପର୍‌ଭିଜନ କରିବାକୁ ନିର୍ଦେଶ ଦିଆଯାଇଛି । ଏହାଦ୍ୱାରା କେଉଁଠି ଚୋରା ମଦ କାରବାର ହେଉଛି, କେଉଁଠି ବେଆଇନ୍‌ କାମ ହେଉଛି ସେ ଆଦି ସମ୍ପର୍କରେ ଥାନା ଅଧିକାରୀ ଅବଗତ ରହିବେ। ଯେଉଁ ପୁଲିସ ବାବୁ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନେକ ସମୟରେ ରାଜଧାନୀରେ ପାଟ୍ରୋଲିଂ କରୁଥିବା କର୍ମଚାରୀ ଗାଡି ଅନ୍ଧାରୁଆ ସ୍ଥାନରେ ଲଗାଇ ଶୋଇ ପଡୁଥିବା ଭଳି ଅଭିଯୋଗ ହେଉଥିଲା। କିନ୍ତୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ଦ୍ୱାରା କର୍ମଚାରୀମାନେ ସଜାଗ ରହିବେ। ଥାନା ଅଧିକାରୀ ପାଟ୍ରୋଲିଂରେ ବୁଲିବା ଦ୍ୱାରା ତାଙ୍କ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନିପାରିବେ। ଏପରିକି ଲୋକଙ୍କ ସହ ଥାନା ଅଧିକାରୀଙ୍କ ଉତ୍ତମ ସମ୍ପର୍କ ଗଢ଼ି ଉଠିବ। ଯେଉଁଥି ପୁଲିସ ଉପରେ ଲୋକଙ୍କ ଭରସା ରହିବ। ପୁଲିସ ପ୍ରତି ଲୋକଙ୍କ ଯେଉଁ ଭୟ ରହୁଥିଲା ତାହା ମଧ୍ୟ ରହିବ ନାହିଁ। ଲୋକେ ନିଜର ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଯାହାଦ୍ୱାରା ଲୋକେ ତ୍ୱରିତ ନ୍ୟାୟ ପାଇପାରିବେ।

Tags: