ପୁଣି ଥରେ ଅସୁସ୍ଥ ହେଲେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର: ଓଡିଶାର ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ଅତ୍ୟଧିକ ଗରମ କାରଣରୁ ଆଜି ସକାଳେ ହଠାତ ସେ ଅସୁସ୍ଥ ହୋଇ ପଡ଼ିଥିଲେ I ତାଙ୍କର ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ। ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଓଦା କପଡାରେ ତାଙ୍କ […]

Samaya Live Picture
Published On

କେନ୍ଦୁଝର: ଓଡିଶାର ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ଅତ୍ୟଧିକ ଗରମ କାରଣରୁ ଆଜି ସକାଳେ ହଠାତ ସେ ଅସୁସ୍ଥ ହୋଇ ପଡ଼ିଥିଲେ I ତାଙ୍କର ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ। ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଦେଇଥିଲେ। କିନ୍ତୁ ତାପରେ ମଧ୍ୟ ସେ ଏତେ ଦୁର୍ବଳ ହୋଇ ପଡିଥିଲେ, ଯେ ବିଛଣାରୁ ଉଠି ପାରିନଥିଲେ। ସକାଳୁ ମଧ୍ୟ ଅତ୍ୟଧିକ ଦୁର୍ବଳ ହେବାରୁ ଘର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଲୁଜ୍ ମୋସନ ହୋଇଛି। କାଜୁଆଲିଟିରେ ସେ ଆଡମିଶନ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ସୂଚନାନୁସାରେ, ଗତ ଏପ୍ରିଲ ୨ତାରିଖରେ ମାଗୁଣିଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ଏବେ ପୁଣି ଥରେ ତାଙ୍କୁ ସ୍ଵାସ୍ଥ୍ୟ ଖରାପ ହୋଇଛି । ତେବେ ଶ୍ରୀ ମାଗୁଣି ଚରଣଙ୍କର ବୟସାଧିକ୍ୟ ଏବଂ କିଛି ଦିନ ପୂର୍ବରୁ ତାଙ୍କର ବଡ଼ ପୁଅ ଏବଂ ପରେ ପୁଣି ସାନ ପୁଅକୁ ହରାଇ ମାନସିକ ସ୍ତରରେ ଭାଙ୍ଗି ପଡିବାରୁ ବାରମ୍ବାର ଅସୁସ୍ଥ ହେଉଥିବା ଜଣାପଡିଛି I

Tags: