ବାଘ କୁ ନେଇ ଦିଦିଙ୍କ ରାଗ
ଭୁବନେଶ୍ୱର : ବାଘକୁ ନେଇ ତାତିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଭିଯୋଗ ପରେ ରାଗିଲେ ମମତା । ବାଘୁଣୀ ଜିନ୍ନତ ପରେ ଆଉ ଏକ ବାଘକୁ ନେଇ ପୁଣି ଓଡ଼ିଶା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କୁ ଧ୍ୟାନ ରଖିବା ଜରୁରୀ କି ତାଙ୍କ ଜଙ୍ଗଲ କ୍ଷେତ୍ରରୁ ବାଘ […]
ଭୁବନେଶ୍ୱର : ବାଘକୁ ନେଇ ତାତିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଭିଯୋଗ ପରେ ରାଗିଲେ ମମତା । ବାଘୁଣୀ ଜିନ୍ନତ ପରେ ଆଉ ଏକ ବାଘକୁ ନେଇ ପୁଣି ଓଡ଼ିଶା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କୁ ଧ୍ୟାନ ରଖିବା ଜରୁରୀ କି ତାଙ୍କ ଜଙ୍ଗଲ କ୍ଷେତ୍ରରୁ ବାଘ ଅନ୍ୟ ରାଜ୍ୟକୁ ଯେପରି ନ ଯାଆନ୍ତି ।
ଗୋଟିଏ ବାଘ ୫ଟା ଜଙ୍ଗଲ ବୁଲିଲା, ୫ଟା ଜିଲ୍ଲା ବୁଲିଲା । ୫ ଦିନ ଲୋକ ଆତଙ୍କିତ ରହିଲେ, ସ୍କ୍ଲୁଲ ବନ୍ଦ ରହିଲା । ଯେମିତି ଦିନରାତି ପରିଶ୍ରମ କରି ଆମ ବନ ବିଭାଗ ଉଦ୍ଧାର କଲା । ସଙ୍ଗେ ସଙ୍ଗେ ଫୋନ୍ ଆସିବା ଆରମ୍ଭ ହୋଇଗଲା । ସଙ୍ଗେ ସଙ୍ଗେ କହିଲେ ଫେରେଇଦିଅ । ଆଉ ଦେଇଦେଲୁ । ତମର ବାଘ ଆସିଛି, ତମ ଜଙ୍ଗଲ ବିଭାଗ ଦେଖିବା କଥା । ତମ ଜଙ୍ଗଲରେ ତମେ ତାକୁ ସୁରକ୍ଷିତ ରଖିବ । ତମର ବାଘ ଆସିକି ଏଠି ଆମ ଗାଁରେ ବୁଲୁଛି । ଆମ ଲୋକ ୫ ଦିନ ଶୋଇପାରିଲେନି, ୫ଟା ଜିଲ୍ଲା ବନ୍ଦ ରଖିଲୁ, ମଣିଷ ଘରୁ ବାହାରି ପାରୁନଥିଲେ, ପିଲା ମାନଙ୍କ ସ୍କୁଲ ବନ୍ଦ ରହିଲ, ଯଦି ପୁଣି ସେହି ଆତଙ୍କ ହୁଏ, ଆତଙ୍କ ଆମେ ସହିଯିବୁ, ଯେମିତି ଆମ ଲୋକ ମଡ଼େଲ କାଇଦାରେ ବାଘକୁ ଆହତ ନକରିକି ଧରୁଛନ୍ତି, ଆଉ ଥରେ ଗୋଟେ ପଠାଇ ଦେଇଛନ୍ତି । ପଠାଇବାର ଯଦି ଅଛି ଆମକୁ ପଠାଇ ଦିଅନ୍ତୁ ଆମେ ରଖିଦେବୁ । ତମର ଯଦି ଜାଗାନାହିଁ ଆମର ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଅଛି । ରେସ୍କ୍ୟୁ ସେଣ୍ଟର ଅଛି ଆମର ଜଙ୍ଗଲ ଅଛି, ତୁମର ରଖିବାର ଜାଗାନାହିଁ ଆମେ ସେଠି ରଖିଦେବୁ । ମୁଁ ସିଏସ୍ଙ୍କ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ କହିବାକୁ ଚାହୁଁଛି ଓଡ଼ିଶା ତାକୁ ଉଦ୍ଧାର କରି ନେଇଯାଉ ।
ସୂଚନାନୁସାରେ,କିଛି ଦିନ ପୂର୍ବରୁ ବାଘୁଣୀ ଜିନ୍ନତ ଓଡ଼ିଶାରୁ ପଶ୍ଚିମବଙ୍ଗ ପଳାଇଥିଲା। ଏହି ବାଘୁଣୀ ଜଙ୍ଗଲ ଅଞ୍ଚଳ ବାହାରେ ୧୦୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲା । ବହୁ ପରିଶ୍ରମ ପରେ ପଶ୍ଚିମବଙ୍ଗ ଜଙ୍ଗଲ ବିଭାଗର ଟିମ୍ ବାଘୁଣୀ ଜିନ୍ନତକୁ ଧରି ଓଡ଼ିଶାକୁ ପଠାଇଥିଲେ । ତେବେ ଘଟଣାର କିଛି ଦିନ ପରେ ଆଉ ଏକ ବାଘ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ଏହି ଘଟଣାରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଛନ୍ତି ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନି । ଯେମିତି ସମ୍ମାନ ଦେବେ ସେମିତି ସମ୍ମାନ ପାଇବେ । ଆକ୍ଟ ସବୁ ରାଜ୍ୟ ପାଇଁ, ସମସ୍ତେ ମାନିବା କଥା । ଆମର ଡବଲ ଇଞ୍ଜିନ ସରକାର । ମୋଦିଜୀଙ୍କ ସରକାର ଅଛି ବୋଲି ତାଙ୍କର ଟିକେ ଆକ୍ରୋଶ ଅଛି । ଆମ ପାଖରେ ପର୍ଯ୍ୟାପ୍ତ ଜଙ୍ଗଲ ଅଛି । ଜଙ୍ଗଲ ଯେଉଁଠି ଅଛି ଜନ୍ତୁ ଯିବେ ।
ବାଘ ରଖିବା ପାଇଁ ଆମ ପାଖରେ ଜାଗା ନ ଥିଲେ ଶିମିଳିପାଳ ଭଳି ଅଭୟାରଣ୍ୟ କେମିତି ଅଛି । ଜାତୀୟ ଜଙ୍ଗଲ ନିୟମ ଅନୁସାରେ ସବୁ ସରକାର ସହଯୋଗ କରିବା କଥା । ସବୁ ସରକାର ସହଯୋଗ ଆମେ ଆଶା କରୁଛୁ । ଆମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ବନ ବିଭାଗକୁ ଧନ୍ୟବାଦ ଦେଉଛୁ ବୋଲି ମନ୍ତ୍ରୀ କହିଛନ୍ତି ।




