ଟଳିବ ଆଳୁ ସଙ୍କଟ , କମିବ ଦର

ଭୁବନେଶ୍ୱର : ଏକ ମାସ ଧରି ଲାଗି ରହିଥିବା ଆଳୁ ସଙ୍କଟ ଏଣିକି ଟଳିବ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିଲା ଆଳୁ ଟ୍ରକ । ବଜାରରେ ଏଣିକି କମିବ ଆଳୁ ଦର । ଗତକାଲି ପଶ୍ଚିମବଙ୍ଗ ସରକାର ଓ ଆଳୁ ବ୍ୟବସାୟୀଙ୍କ ଏକ ବୈଠକ ହୋଇଥିଲା। ଏହା ପରେ ଧର୍ମଘଟକୁ ପ୍ରତ୍ୟାହାର କରି ନେଇଛନ୍ତି ଆଳୁ ବ୍ୟବସାୟୀ। ଆଜିଠାରୁ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ଓଡ଼ିଶାକୁ ସ୍ବାଭାବିକ ହେବ। ରେଟ୍ ମଧ୍ଯ କମିବ ବୋଲି ଆଶା କରାଯାଉଛି। ଓଡିଶା […]

Samaya Live Picture
Published On

ଭୁବନେଶ୍ୱର : ଏକ ମାସ ଧରି ଲାଗି ରହିଥିବା ଆଳୁ ସଙ୍କଟ ଏଣିକି ଟଳିବ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିଲା ଆଳୁ ଟ୍ରକ । ବଜାରରେ ଏଣିକି କମିବ ଆଳୁ ଦର । ଗତକାଲି ପଶ୍ଚିମବଙ୍ଗ ସରକାର ଓ ଆଳୁ ବ୍ୟବସାୟୀଙ୍କ ଏକ ବୈଠକ ହୋଇଥିଲା। ଏହା ପରେ ଧର୍ମଘଟକୁ ପ୍ରତ୍ୟାହାର କରି ନେଇଛନ୍ତି ଆଳୁ ବ୍ୟବସାୟୀ। ଆଜିଠାରୁ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ଓଡ଼ିଶାକୁ ସ୍ବାଭାବିକ ହେବ। ରେଟ୍ ମଧ୍ଯ କମିବ ବୋଲି ଆଶା କରାଯାଉଛି। ଓଡିଶା -ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଗେଟରେ ଯେଉଁ ବ୍ୟାରିକେଡ କରି ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଅଟକାଇଥିଲେ ଏବେ ତାହା ଖୋଲି ଦିଆଯାଇଛି। ଫଳରେ ଓଡ଼ିଶାକୁ ପଶ୍ଚିମବଙ୍ଗର ଆଳୁ ଟ୍ରକ ପ୍ରବେଶ କରିଛି ।ଏହା ସହ ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଥିବା ନାକା ପଏଣ୍ଟକୁ ହଟାଇ ଦିଆ ଯାଇଛି। ଏହା ଦ୍ଵାରା ଲକ୍ଷ୍ମଣ ନାଥ ଚେକପୋଷ୍ଟ ଦେଇ ଓଡିଶାକୁ ବହୁ ଆଳୁ ଟ୍ରକ ଆସିଛି।

Tags: