ଦୁର୍ବଳ ହେଲା ଲଘୁଚାପ,ଲୁଚିଯିବ ମୌସୁମୀ !
ଭୁବନେଶ୍ୱର : ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପ । ଜୁନ ୧ ତାରିଖରୁ କମିବ ବର୍ଷା । ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ଆଗରୁ ଲୁଚିଯିବ । ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବା ସହ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଫଳରେ ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍ ୧୦ ପରେ ବା ରଜ ବେଳକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା […]
ଭୁବନେଶ୍ୱର : ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପ । ଜୁନ ୧ ତାରିଖରୁ କମିବ ବର୍ଷା । ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ଆଗରୁ ଲୁଚିଯିବ । ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବା ସହ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଫଳରେ ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍ ୧୦ ପରେ ବା ରଜ ବେଳକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ସୂଚନା ଅନୁଯାୟୀ, ଉଭୟ ଆରବ ସାଗରରେ ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେତୁ ଚଳିତ ବର୍ଷ ମୌସୁମୀ ବହୁ ଆଗରୁ ଅର୍ଥାତ ୨୪ ମେ’ରେ କେରଳ ଛୁଇଁଥିଲା। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏହାକୁ ଓଡ଼ିଶା ଆଡ଼କୁ ଟାଣି ଆଣିବାରେ ସକ୍ଷମ ହେବା ହେତୁ ରାଜ୍ୟକୁ ମଧ୍ୟ ସ୍ୱାଭାବିକଠାରୁ ଦୁଇ ସପ୍ତାହ ଆଗରୁ ମୌସୁମୀ ଆସିଥିଲା। ମାତ୍ର ଲଘୁଚାପର ପ୍ରଭାବ କମିବା ପରେ ମୌସୁମୀ ବ୍ରେକ୍ ମାରିବାକୁ ଯାଉଛି। ମୁଖ୍ୟତଃ ଉତ୍ତର ଆଫାଗାନୀସ୍ଥାନରେ ପଶ୍ଚିମା ଝଡ଼ ଓ ଏହା ପଛକୁ ସୃଷ୍ଟି ହେବାକୁ ଥିବା ଆଉ ଏକ ପଶ୍ଚିମା ଝଡ଼ ମୌସୁମୀକୁ ଆଗରେ ପ୍ରତିବନ୍ଧକ ହେବ ବୋଲି ଜଣାପଡ଼ିଛି। ଯାହାର ଫଳ ସ୍ୱରୂପ ରାଜ୍ୟରେ ଉଭୟ ମୌସୁମୀ ଏବଂ ଲଘୁଚାପ ଥିବା ସତ୍ତ୍ୱେ ଓଡ଼ିଶାରେ ବିଶେଷ ବର୍ଷା ହୋଇନାହିଁ। ପଶ୍ଚିମା ଝଡ଼ ସକ୍ରିୟ ହେଲେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଆସିଥାଏ। ଏହାଦ୍ୱାରା ବାୟୁ ମଣ୍ଡଳରେ ଆର୍ଦ୍ରତା କିମିବା ସହ ବର୍ଷା କମିଥାଏ। ପ୍ରାୟ ଦୁଇ ସପ୍ତାହେ ପର୍ଯ୍ୟନ୍ତ ଏଭଳି ସ୍ଥିତି ଯୋଗୁଁ ମୌସୁମୀର ବ୍ରେକ୍ ଲାଗିବ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଶୁକ୍ରବାର କିଛି କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି। ତେବେ ବର୍ଷାର ପ୍ରଭାବ ଶୁକ୍ରବାରଠାରୁ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଜୁନ୍ ୫ରୁ ୧୧ ତାରିଖ ମଧ୍ୟରେ ପୂର୍ବ ଭାରତରେ ତାପମାତ୍ରା ସ୍ୱାଭାବିକଠାରୁ ୧ରୁ ୩ ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ । ଜୁନ୍ ୫ରୁ ୧୧ ତାରିଖ ମଧ୍ୟରେ ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ସମ୍ଭାବନା ଅଛି ।




