ମୃତ୍ୟୁ ଦଣ୍ଡାଦେଶ କୋହଳ କଲେ ହାଇକୋର୍ଟ,ଆଜୀବନ ଜେଲ ସହ ଜୋରିମାନା
କଟକ : ମୃତ୍ୟୁ ଦଣ୍ଡାଦେଶକୁ କୋହଳ କଲେ ହାଇକୋର୍ଟ । ୯ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶରୁ ମୁକ୍ତ କରି ଆଜୀବନ ଜେଲଦଣ୍ଡ ସହ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି । ପିଡୀତଙ୍କ ପରିବାରକୁ ଏହି ଅର୍ଥ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ରାୟଗଡ଼ା ପୁଟାସିଂ ଥାନା ଅଞ୍ଚଳର ହତ୍ୟା ମାମଲାରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ସୂଚନାନୁସାରେ, ୨୦୧୬ ସେପ୍ଟେମ୍ବର ୯ରେ ପରିବାରର ୩ଜଣଙ୍କୁ ଅଭିଯୁକ୍ତମାନେ ହତ୍ୟା […]
କଟକ : ମୃତ୍ୟୁ ଦଣ୍ଡାଦେଶକୁ କୋହଳ କଲେ ହାଇକୋର୍ଟ । ୯ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶରୁ ମୁକ୍ତ କରି ଆଜୀବନ ଜେଲଦଣ୍ଡ ସହ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି । ପିଡୀତଙ୍କ ପରିବାରକୁ ଏହି ଅର୍ଥ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ରାୟଗଡ଼ା ପୁଟାସିଂ ଥାନା ଅଞ୍ଚଳର ହତ୍ୟା ମାମଲାରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି ।
ସୂଚନାନୁସାରେ, ୨୦୧୬ ସେପ୍ଟେମ୍ବର ୯ରେ ପରିବାରର ୩ଜଣଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିଲେ । ଗୁଣିଗାରେଡ଼ି ସନ୍ଦେହରେ ବାପା, ମାଆ ଓ ଝିଅକୁ ପିଟିପିଟି ହତ୍ୟା କରିଥିଲେ । ଏହାପରେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ।
ଏହାପରେ ଜିଲ୍ଲା ଦୌରାଜଜ ଏମାନଙ୍କୁ ଫାଶୀ ଦେବାକୁ ରାୟ ଦେଇଥିଲେ । ହେଲେ ପରବର୍ତ୍ତୀ ମାମଲାରେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏତଲା ଦାୟର ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତଳ କୋର୍ଟଙ୍କ ରାୟରେ ରୋକ୍ ଲଗାଇଛନ୍ତି । ଏହାସହିତ ୯ ଜଣ ଅଭିଯୁକ୍ତଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ପରବର୍ତ୍ତନ କରିଛନ୍ତି । ଏହାପରେ କୋର୍ଟ ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ରାୟ ଦେଇଛନ୍ତି ।




