ହେଲାନାହିଁ ଦାବି ପୂରଣ ,ସୋମବାର ଠାରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ
ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକଙ୍କୁ ପ୍ରତାରଣା । ପୁଣି ତେଜିବ ଶିକ୍ଷକ ଆନ୍ଦୋଳନ I ସରକାର ପ୍ରତିଶୃତି ଦେଇ ଭୁଲି ଯାଇଥିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ । ରାଜ୍ୟର ୩୧୪ଟି ବ୍ଲକ୍ରେ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ୍ ଆଗରେ ପ୍ରତୀକାତ୍ମକ ଧାରଣା ଦେଇ ଗର୍ଜନ କରିଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ । ଏହା ସହିତ ସୋମବାର ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ଛୁଟିରେ ଯିବାକୁ ନିଷ୍ପତି ନେଇଛନ୍ତି I ପ୍ରାଥମିକ ଶିକ୍ଷକ ମାନଙ୍କର ତିନି ଦଫା […]
ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକଙ୍କୁ ପ୍ରତାରଣା । ପୁଣି ତେଜିବ ଶିକ୍ଷକ ଆନ୍ଦୋଳନ I ସରକାର ପ୍ରତିଶୃତି ଦେଇ ଭୁଲି ଯାଇଥିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ । ରାଜ୍ୟର ୩୧୪ଟି ବ୍ଲକ୍ରେ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ୍ ଆଗରେ ପ୍ରତୀକାତ୍ମକ ଧାରଣା ଦେଇ ଗର୍ଜନ କରିଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ । ଏହା ସହିତ ସୋମବାର ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ଛୁଟିରେ ଯିବାକୁ ନିଷ୍ପତି ନେଇଛନ୍ତି I
ପ୍ରାଥମିକ ଶିକ୍ଷକ ମାନଙ୍କର ତିନି ଦଫା ଦାବି ଯଥାକ୍ରମେ- ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନସନ୍ ଓ କେନ୍ଦ୍ରୀୟ ହାର ଦରମା ଅନୁସାରେ ୪୨ଶହ ଟଙ୍କା ଗ୍ରେଡ୍ ପେ ଲାଗୁ ନହେଲେ ଆସନ୍ତା ସୋମବାରଠୁ ସ୍ଲୁଲ୍ରେ ତାଲା ଝୁଲାଇ ଅନିର୍ଦ୍ଦିଷ୍ଟକାଳ ଯାଏଁ ସାମୁହିକ ଛୁଟିରେ ଯିବାକୁ ବି ଧମକ ଦେଇଛନ୍ତି ।
ଗୋଟିଏ ପଟେ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନରେ ତ ଅନ୍ୟପଟେ ସ୍କୁଲରେ ଝୁଲୁଛି ତାଲା । ପିଲାଏ ସ୍କୁଲକୁ ଆସିଥିଲେ, ହେଲେ ସାର-ଦିଦିଙ୍କ ଷ୍ଟ୍ରାଇକ୍ କଥା ଶୁଣି ବହିବସ୍ତାନୀ ଧକି ପୁଣି ଘରକୁ ଫେରି ଯାଇଥିଲେ । ସରକାର ଶିକ୍ଷକମାନଙ୍କ ଦାବି ନଶୁଣିଲେ ପାଠପଢ଼ା ବ୍ୟାଘାତ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।




