ଭୁଲ ସ୍ୱୀକାର କଲେ ସମ୍ବିତ,ପଶ୍ଚାତାପ କରି ୩ ଦିନ ରହିବେ ଉପବାସ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଭୁଲ ସ୍ୱୀକାର କରି କ୍ଷମା ପ୍ରାଥନା କରିଛନ୍ତି ସମ୍ବିତ ପାତ୍ର । ଅଜାଣତରେ କରିଥିବା ଭୁଲ ପାଇଁ ତିନି ଦିନ ଉପବାସ କରିବେ ବୋଲି କହିଛନ୍ତି। ଭୁଲ ବଶତଃ ତାଙ୍କ ପାଟିରୁ ଏକ ଶବ୍ଦ ବାହାରି ଯାଇଥିଲା I ଯାହାକୁ ନେଇ ଉପୁଜିଥିଲା ବିବାଦ I ଉକ୍ତ ଭୁଲ ପାଇଁ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି […]

Samaya Live Picture
Published On

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଭୁଲ ସ୍ୱୀକାର କରି କ୍ଷମା ପ୍ରାଥନା କରିଛନ୍ତି ସମ୍ବିତ ପାତ୍ର । ଅଜାଣତରେ କରିଥିବା ଭୁଲ ପାଇଁ ତିନି ଦିନ ଉପବାସ କରିବେ ବୋଲି କହିଛନ୍ତି। ଭୁଲ ବଶତଃ ତାଙ୍କ ପାଟିରୁ ଏକ ଶବ୍ଦ ବାହାରି ଯାଇଥିଲା I ଯାହାକୁ ନେଇ ଉପୁଜିଥିଲା ବିବାଦ I ଉକ୍ତ ଭୁଲ ପାଇଁ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି ବୋଲି ସମ୍ବିତ ନିଜ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପ୍ରତିକିୟା ରଖିଛନ୍ତି I ତାସହ ଏଭଳି ଭୁଲର ପଶ୍ଚାତ୍ତାପ ପାଇଁ ୩ ଦିନ ଉପବାସ ରହିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ତେବେ ସମ୍ବିତଙ୍କ ଏଭଳି ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଟୁଇଟ କରି ଏହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହିଥିଲେ। ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସ ରେ ଏହାକୁ ସମାଲୋଚନା କରିଛନ୍ତି। ତେବେ ସମ୍ବିତ ଏ ନେଇ କ୍ଷମା ପ୍ରାର୍ଥନା କରିସାରିଛନ୍ତି।

ସୂଚନାନୁସାରେ,ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗତକାଲି ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ସୋ’ବେଳେ ‘ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ’ ବୋଲି ଉଚ୍ଚାରଣ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ହେବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି।

Tags: