ଘରୁ ଡେଙ୍ଗୁ ମଶା ବାହାରିଲେ ମାଲିକ ଗଣିବେ ତଣ୍ଡ ,ବିଏମସି

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ଅଣାୟତ୍ତ ହେଉଛି ଡେଙ୍ଗୁ I ଏହାରି ଭିତରେ କଠୋର ହୋଇଛି ବିଏମସି ଇ ଡେଙ୍ଗୁ ପ୍ରତିକାର ପାଇଁ ବିଏମସି ପକ୍ଷରୁ ବିଭିନ୍ନ ପ୍ରତିକାର ଗ୍ରହଣ କରାଯାଉଛି I ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୯୨୪ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ୪୨୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ଡେଙ୍ଗୁ ଦ୍ୱାରା ୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ମହାନଗର(ବିଏମସି) […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ଅଣାୟତ୍ତ ହେଉଛି ଡେଙ୍ଗୁ I ଏହାରି ଭିତରେ କଠୋର ହୋଇଛି ବିଏମସି ଇ ଡେଙ୍ଗୁ ପ୍ରତିକାର ପାଇଁ ବିଏମସି ପକ୍ଷରୁ ବିଭିନ୍ନ ପ୍ରତିକାର ଗ୍ରହଣ କରାଯାଉଛି I ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୯୨୪ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ୪୨୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ଡେଙ୍ଗୁ ଦ୍ୱାରା ୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ମହାନଗର(ବିଏମସି) ପକ୍ଷରୁ ନିଆଯାଇଛି ଏକ ନୂଆ ପଦକ୍ଷେପ । ସହରର ଘର ଘର ବୁଲି ମଶା ଯାଞ୍ଚ କରିବ ବିଏମସି । ଆସନ୍ତା ୧୫ ତାରିଖ ପରେ ବିଏମ୍‌ସି ଟିମ୍‌ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି । ଯଦି ଘରେ ଡେଙ୍ଗୁ ମଶା ପାଇଁ ପରିବେଶ ଥାଏ ତାହେଲେ ଆପଣଙ୍କ ପାଖରୁ ୧୦୦୦ ଟଙ୍କା ଫାଇନ କାଟିବ ବିଏମସି । ସେହିପରି ବ୍ୟାସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଯଦି ଏଭଳି ପରିବେଶ ଥାଏ ତାହେଲେ ଆପଣଙ୍କ ଠାରୁ ୫୦୦୦ ଟଙ୍କା ଫାଇନ କଟାଯିବ । ଏଥିସହ ପ୍ରତି ୱାର୍ଡରେ ଏକ ସର୍ଭେଲାନ୍ସ ଟିମ୍ ଡେଙ୍ଗୁ ସ୍ଥିତି ଯାଞ୍ଚ କରିବା ସହ ସଚେତନତା ସୃଷ୍ଟି କରାଇବେ ଓ ମଶାର ଉତ୍ପତ୍ତିସ୍ଥଳ ଉପରେ ରୋକ ଲଗାଇବେ । ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।

ଅନ୍ୟପଟେ ସହରରେ ଘାସ ଓ ଅନାବନା ଗଛ କାଟିବା ( ବୁଶ୍ କଟିଂ)କୁ ବି କଡାକଡି କରିବା ପାଇଁ ସମ୍ପୃକ୍ତ ସଫେଇ ସଂସ୍ଥାଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠାରେ ସଫେଇ ସଂସ୍ଥା ବୁଶ୍ କଟିଂ କରିନଥିବେ, ତାହା ବିଏମସି କରିବ ଓ ଆବଶ୍ୟକୀୟ ଖର୍ଚ୍ଚ ସମ୍ପୃକ୍ତ ସଂସ୍ଥାକୁ ବହନ କରିବାକୁ ପଡିବ ବୋଲି ଏନେଇ ସୂଚନା ଦେଇଛି ବିଏମିସି ।

ସେହିପରି ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ୱାର୍ଡରେ ମଶା ଧୁଆଁ ଦେବା ଏବଂ ମଶା ତେଲ ପକାଇବା କାମ ଚାଲୁ ରହିଛି । ବର୍ତ୍ତମାନ୧୫ ଗୋଟି ମେସିନ ମାଧ୍ୟମରେ ଦିନକୁ ସହରରେ ମଶା ଧୁଆଁଦେବା ଚାଲୁ ରହିଛି । ସହରରେ ବର୍ଜ୍ୟ ବର୍ଜ୍ୟ ପୃଥକୀକରଣ ଏବଂ ଏଣେତେଣେ ବର୍ଜ୍ୟ ନ ପକାଇବାକୁ ବାରମ୍ବାର ସଚେତନ କରାଯାଇଛି ବୋଲି ସୂଚନା ଦେଇଛି ବିଏମସି ।

Tags: