ପ୍ରକାଶ ପାଇଲା ଆଇସିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
ନୂଆଦିଲ୍ଲୀ : ଆଇସିଏସଇ ପରୀକ୍ଷା ଫଳ ପ୍ରକାଶ । କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସଜାମିନେସନ (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଦଶମ ଏବଂ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ (ISC) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ CISCEର ଅଫିସିଆଲ୍ ୱେବସାଇଟ୍ cisce.org ୱେବସାଇଟ ଏବଂ DigiLocker କୁ ଯାଇ ସେମାନଙ୍କର ପରୀକ୍ଷାଫଳ ଚେକ କରିପାରିବେ। ଏହା ବ୍ୟତୀତ ଛାତ୍ରଛାତ୍ରୀ ସିଧାସଳଖ ଏହି […]
ନୂଆଦିଲ୍ଲୀ : ଆଇସିଏସଇ ପରୀକ୍ଷା ଫଳ ପ୍ରକାଶ । କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସଜାମିନେସନ (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଦଶମ ଏବଂ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ (ISC) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ CISCEର ଅଫିସିଆଲ୍ ୱେବସାଇଟ୍ cisce.org ୱେବସାଇଟ ଏବଂ DigiLocker କୁ ଯାଇ ସେମାନଙ୍କର ପରୀକ୍ଷାଫଳ ଚେକ କରିପାରିବେ।
ଏହା ବ୍ୟତୀତ ଛାତ୍ରଛାତ୍ରୀ ସିଧାସଳଖ ଏହି https://tmgr-98fkj2l4xmvz7 ଲିଙ୍କ ଜରିଆରେ ନିଜ ରେଜଲ୍ଟ ଚେକ୍ କରିପାରିବେ। ପରୀକ୍ଷା ରେଜଲ୍ଟ ଘୋଷଣା ହେବା ପରେ re-evaluationର ପ୍ରକ୍ରିୟା ଆରମ୍ଭ ହେବ। ଏହା ୪ ମେ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ରି-ଇଭାଲ୍ୟୁଏସନ କେବଳ ସେହି ବିଷୟ ପାଇଁ କରାଯିବ ଯେଉଁଥିରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଅଛନ୍ତି।
ସେମାନଙ୍କୁ ଦୁଇଟି ବିଷୟରେ ଇମ୍ପ୍ରୁଭମେଣ୍ଟ ଏକ୍ସIମ୍ସ ଦେବାକୁ ସୁଯୋଗ ଦିଆଯିବ। ସିଆଇଏସସିଇ ଅନୁସାରେ, ଆଇସିଏସଇ ଏବଂ ଆଇଏସସି ୨୦୨୫ର ସଂଶୋଧନ ପରୀକ୍ଷା ୨୦୨୫ରେ ଆୟୋଜନ କରାଯିବ।
ଚଳିତ ବର୍ଷ ICSE ଶ୍ରେଣୀ ଦଶମ ପରୀକ୍ଷା ୧୮ ଫେବୃଆରୀରୁ ୨୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେହିପରି ISC ଦ୍ୱାଦଶ ପରୀକ୍ଷା ୧୩ ଫେବୃଆରୀରୁ ୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ୨ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ ହାର ରହିଛି ୯୮ ପ୍ରତିଶତ ।
ଦଶମ ଶ୍ରେଣୀରେ ୯୯.୩୭ ପ୍ରତିଶତ ଝିଅ ଏବଂ ୯୮.୮୪ ପ୍ରତିଶତ ପୁଅ ପାସ୍ କରିଛନ୍ତି। ସେହିପରି ISC ଦ୍ୱାଦଶ ଶ୍ରେଣୀରେ, ପୁଅମାନଙ୍କ ପାସ୍ ହାର ୯୮.୬୪ ପ୍ରତିଶତ ଥିବା ବେଳେ ଝିଅମାନେ ୯୯.୪୫ ପ୍ରତିଶତ ରହିଛି। ଉଭୟ ଦଶମ ଓ ଦ୍ବାଦଶରେ ଛାତ୍ରଙ୍କଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।
ଗତ ବର୍ଷ, ICSE ଦଶମ ପରୀକ୍ଷାର ପାସ ହାର ୯୯.୪୭% ଏବଂ ISC ଦ୍ୱାଦଶ ପରୀକ୍ଷାର ପାସ ହାର ୯୮.୧୯% ରହିଛି । ଉଭୟ ଶ୍ରେଣୀରେ ଝିଅମାନଙ୍କ ପ୍ରଦର୍ଶନ ପୁଅମାନଙ୍କ ତୁଳନାରେ ଭଲ ରହିଛି ।




